Breaking News

ବୋଟଘାଟରୁ ରାମଚଣ୍ଡୀ ପର୍ଯ୍ୟନ୍ତ ସମୁଦ୍ରକୂଳ ସଫେଇ


କୋଣାର୍କ--- ପୁରୀ- କୋଣାର୍କ ମେରାଇନି ସମୁଦ୍ରକୂଳରେ ଥିବା ବୋଟଘାଟ ଠାରୁ ରାମଚଣ୍ଡୀ ପର୍ଯ୍ୟନ୍ତ ସମୁଦ୍ର କୂଳ ସଫେଇ କାର୍ଯ୍ୟ ଅ।।ରମ୍ଭ ହୋଇଛି । ଆଗକୁ ପିକିନିକି ଋତୁ ଆସୁଛି । ଅନ୍ୟ ପକ୍ଷେ କୋଣାର୍କ ଉତ୍ସବ ଆରମ୍ଭ ହୋଇଯାଇଛି । ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ନିର୍ଦ୍ଦେଶକ୍ରମ ଓ କୋଣାର୍କ ବନ୍ୟପାଳଙ୍କ ନେତ୍ୱତୃରେ ରାମଚଣ୍ଡୀ ଓ ରାମେଶ୍ୱର ମଟର ବୋଟ ଆସେସିଏସନର ସଦସ୍ୟମାନେ ସମୁଦ୍ର କୂଳ ସଫେଇ କାର୍ଯ୍ୟ ହାତକୁ ନେଇଛନ୍ତି । ସଂଘର ସଭାପତି ଚନ୍ଦନ ବେହରା ଓ ସମ୍ପାଦକ ସୁଶାନ୍ତ ପରିଡା କହିଚନ୍ତି ପ୍ରଶାସନ ସହଯୋଗରେ ପ୍ରତି ଦିନ ଏଣିକି ସମୁଦ୍ରକୂଳ ସଫେଇ କାର୍ଯ୍ୟ କରାଯିବ । ଯେଉଁମାନେ ସମୁଦ୍ର କୂଳରେ ରୋଷୋଇ କରିବେ ବା ଭୋଜି କରିବେ ସେମାନଙ୍କୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ପାଇଁ କିଛି ଆର୍ଥିକ ସାହାର୍ଯ୍ୟ କରିବାକୁ ପଡିବ ବୋଲି କହିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଅର୍ଥ ଆଦାୟ କରାଯିବ । ଏହି ଅର୍ଥ ଦର୍ଶକ ମାନଙ୍କ ପାଇଁ ମଦ୍ୟ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଲଗାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ବୋଲି ସଦସ୍ୟ ମାନେ କହନ୍ତି । ସେହିପରି ବୋଟଘାଟ ଠାରୁ ରାମଚଣ୍ଡୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନାରେ ନଳକୂପ ବସାଯିବ  । ଏହି ସ୍ୱଚ୍ଚ ଭାରତ କାର୍ଯ୍ୟକ୍ରମରେ ସନାତନ ପ୍ରଧାନ, ନରେଶ ନାୟକ, ପ୍ରକାଶ ବେହେରା ଓ କାତ୍ତିକ୍ ବେହେରା ପ୍ରମୁଖ ସଫେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ  ।
କୋଣାର୍କରୁ ଅଜିତ କୁମାର ମଲ୍ଲିକ  

Popular Posts