Breaking News

ବାଲିଆପାଳ ବିଧାନଚନ୍ଦ୍ର ଏକାଡେମୀ ପରିସରରେ ୧୯୮୪ ବ୍ୟାଚର ବନ୍ଧୁମିଳନ

 D bhera
Barl
 ବରୀ----  ବରୀବ୍ଲକ ଅଧିନ ବାଲିଆପାଳ  ବିଧାନଚନ୍ଦ୍ର ଏକାଡେମୀ ପରିସରରେ ୧୯୮୪ ମସିହା ମାଟ୍ରିକ ବ୍ୟାଚର ପୂରାତନ ଛାତ୍ରଛାତ୍ରୀ ମାନଙ୍କର  ଏକ ବନ୍ଧୁ ମିଳନଅନୁଷ୍ଠିତ ହୋଇଯାଇଛି ।   ଅତିତର ସ୍ମୃତିକୁ ମନେ ପକାଇ ଛାତ୍ରଛାତ୍ରୀମାନେ ନିଜନିଜ ଭିତରେ ଭାବ ବିହ୍ୱଳ ହୋଇଥିଲେ । ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଗୁରୁ  ବନ୍ଦାପନା କରି ସମ୍ବର୍ଦ୍ଧନା  କରାଯାଇଥିଲା । ଏକାଡେମୀର  ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ଚନ୍ଦ୍ର ସାହୁ,ବିଧାନ ରାୟଙ୍କ ପ୍ରତିମୃର୍ତ୍ତି ବିଦ୍ୟାଳୟ ପରିସରରେ  ସ୍ଥାପନ କରିବା ପାଇଁ  ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ  ମତ ପ୍ରକାଶ ପାଇଥିଲା । ୧୯୮୪ି ବ୍ୟାଚରେ ମାଟ୍ରିକ ପରିକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତିନ୍ନ ହୋଇ  ଛାତ୍ର ଡାକ୍ତର ରବିନ୍ଦ୍ର କୁମାର ନନ୍ଦ୍ର ବର୍ତ୍ତମାନ ଯାଜପୁର ମୁଖ୍ୟ ଚିକିତ୍ସାଳରେ ଶିଶୁ ବିଶେଷଜ୍ଞ ଭାବେ କାର୍ଯ୍ୟରତ ରହିଛନ୍ତି । ତାଙ୍କୁ ସହପାଠିମାନେ  ବରୀ ଅଞ୍ଚଳରେ ଗୋଟିଏ ଦିନ ମାଗଣା ସେବାକରିବା ପାଇଁ  ପ୍ରସ୍ତାବ ରଖିଥିଲୋ ।  କୁନିକୁନି ଛାତ୍ରୀମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ମଞ୍ଚରେ ପରସ୍ପର ନିଜ ନିଜର ପରିଚୟ ପ୍ରଦାନ କରିବା ସହିତ କର୍ମମୟ ଜୀବନର କାହାଣୀ ବିଷୟରେ ବର୍ଣ୍ଣନା କରିଥିଲେ । ସାରାଦିନ ଏକାଡେମୀ ପରିସର ଉତ୍ସବ ମୁଖର ହୋଇଥିଲା । ଏଥିରେ ପୂରାତନ ଛାତ୍ର, ପ୍ରଶାନ୍ତ ସାହୁ,ବିଜୟ କୁମାର ସାହୁ,ଶୁକଦେବ ପାତ୍ର,ବାଞ୍ଛାନିଧି ସାହୁ, ପରେଶ କର,ନିରଜଂନ କର,ପ୍ରତାପ କର ,ସୁରେଶ ନନ୍ଦ,ଶ୍ରୀଧର ସାହୁ, ରମେଶ କର ,ଉର୍ମିଳା ବୋଇତେଇ,କଳ୍ପନା ମହାକୁଡ.ଗୁରୁଚରଣ ସାହୁ, ତପନ ପରିଡା,ପ୍ରଶାନ୍ତ ଦାସ,ସିମା ଦାସ,ରମେଶ ମଲ୍ଲିକ, ମହେନ୍ଦ୍ର ବୋଇତେଇ, ସନ୍ତୋଷ ମଲ୍ଲିକ, ଗୀତାଞ୍ଜଳି ଦାସ ସହିତ ବହୁ ପୂରାତନ ଛାତ୍ରଛାତ୍ରୀ ଏହି ବନ୍ଧୁ ମିଳନ କାଯ୍ୟକ୍ରମରେ  ସହଯୋଗ କରିଥିଲେ ।
ଯାଜପୁରଓ ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ

Blog Archive

Popular Posts