Breaking News

କୋଣାର୍କ ଭଗବତୀ ମହାବିଦ୍ୟାଳୟ ପକ୍ଷରୁ ଜାତୀୟ ସେବା ଶିବିର

କୋଣାର୍କ --- କୋଣାର୍କ ଭଗବତୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ୟୁନିଟ୍ର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଗତ କୋଣାର୍କ ଏନଏସି ଅନ୍ତର୍ଗତ ୧୧ନମ୍ବର ୱାଡର ନଳକଣ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି ସପ୍ତଦିବବସୀୟ +୨ ଜାତୀୟ ସେବା ଯୋଜନା ଶିବିର । କାର୍ଯ୍ୟକ୍ରମ ସଂଯୋଜକ ସୁରେନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ଆୟୋଜିତ ଜାତୀୟ ସେବା ଯୋଜନା ଶିବିରରକୁ ସମାଜସେବୀ ସୁବାଷ ବରଳ ଶିବିରଟିକୁ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟାପକ ପ୍ରଭାକର ପାତ୍ର ଉପସ୍ଥିତ ଥିଲେ । ଶିବିରାର୍ଥୀମାନେ ଗ୍ରାମର ବିଭିନ୍ନ ଗଳି କନ୍ଦି, ସ୍କୁଲ, ରାସ୍ତାଘାଟ ଓ ଗ୍ରାମ୍ୟ ମନ୍ଦିରରେ ପଡି ରହିଥିବା ଅଳିଆ ଅବର୍ଜନାକୁ ସଫେଇ କରିବା ସହ ସ୍ୱଛତା ସମ୍ପର୍କରେ ଗ୍ରାମବାସୀମାନଙ୍କୁ ସଚେତନ କରାଉଛନ୍ତି । ଏଥିସହ ଶିବିରାର୍ଥୀମାନେ ପ୍ରତ୍ୟକଙ୍କ ଘରକୁ ଯାଇ ସ୍ୱାଇନଫ୍ଲୁ, ମେଲେରିଆ, ଜଳ ଓ ବାୟୁବାହିତ ରୋଗରୁ କିଭଳି ରକ୍ଷା କରାଯାଇପାରିବ ସେ ସମ୍ପର୍କରେ ସଚେତନତା କରାଇଛନ୍ତି । ଏହା ସହିତ କନ୍ୟାଭୃଣ ହତ୍ୟା ନ କରିବା ପାଇଁ ବିଶେଷ କରି ମହିଳା ଓ ଯୁବତୀ ମାନଙ୍କୁ ପ୍ରବର୍ତ୍ତାଉଛନ୍ତି । ‘କନ୍ୟାରତନ କର ଜତନ’ ନାରାକୁ ଦିଅ ସମ୍ମାନ”ଗ୍ରାମର ପ୍ରତ୍ୟକ ବ୍ୟକ୍ତିଙ୍କୁ ଜଣାଇବା ସହ ପରିବାରର ପ୍ରତ୍ୟକ ସଦସ୍ୟଙ୍କୁ ସ୍ୱାକ୍ଷର ହେବା ପାଇଁ ଅନୁରୋଧ କରୁଛନ୍ତି । ଗ୍ରାମବାସୀଙ୍କୁ ପରିମଳ, ଉପଭୋକ୍ତା ଅଧିକାର, ଶିକ୍ଷାଧିକାର ଓ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ସଚେତନ କରାଇବା ହେଉଛି ଜାତୀୟ ସେବାଯୋଜନାର ମୂଳ ଲକ୍ଷ୍ୟ । ଏହି ଶିବିରରେ ମହାବିଦ୍ୟାଳୟର ୨୫ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ଆସନ୍ତା ୨୭ତାରିଖରେ ଉଦଯାପିତ ହେବ ବୋଲି ସଂଯୋଜକ ଶ୍ରୀ ଖଟୁଆଳ କହିଚନ୍ତି । କୋଣାର୍କରୁ ଅଜିତ କୁମାର ମଲିକ
 A maliki
konark

Blog Archive

Popular Posts