Breaking News

ଓଡିଶା ଜୀବିକା ମିଶନର କର୍ମଶାଳା

 D bhera
bari
 ବରୀ----- ବରୀ ବ୍ଲକ ଅଧିନ ବରୀ  ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ  ଓଡିଶା ଜୀବିକା ମିଶନର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳ ବରୀ ବ୍ଲକର ପ୍ରଥମ ବୋଲି ଜଣାପଡିଛି ।  ଉକ୍ତ କର୍ମଶାଳାରେ ବିପିଏମ ମାନସ କୁମାର ଦାସ,ପିଇଓ ପୂର୍ଣ୍ଣଚନ୍ଦ୍ର ନାୟକ,ସରପଞ୍ଚ ରମାକାନ୍ତ ମଲ୍ଲିକ, ସଭ୍ୟା ବିଜୟଲକ୍ଷ୍ମୀ ସେଠୀ , ରସୁଲପୁର ଓ ଦଶରଥପୁର ବ୍ଲକରୁ ଆସିଥିବା ତାଲିମ ପ୍ରାପ୍ତ ଗୋଷ୍ଠୀ ସହାୟିକା ମାନେ ଯୋଗଦେଇଥିଲେ । ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ଓଡିଶା ଜୀବିକା ମିଶନର କାର୍ଯ୍ୟକ୍ରମ ବିଷୟରେ ପୁଙ୍ଖାନୁ ପୁଙ୍କ ଭାବରେ ଅବଗତ କରାଇଥିଲେ । ମହିଳାମାନେ କିପରି ସ୍ୱାବଲମ୍ବି ହେବେ ଏନେଇ ଗୁରୁତ୍ୱ ପୂର୍ଣ୍ଣ ଆଲୋଚନା କରାଯାଇଥିଲା ।ଏଥିରେ ଶତାଧିକ ମହିଳା ଉପସ୍ଥିତ ଥିଲେ ।
ଯାଜପୁରରୁ ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ

Blog Archive

Popular Posts