Breaking News

ଭେଙ୍କଟଶ୍ୱେର ସ୍କୁଲରେ ଯୀଶୁଙ୍କ ଜନ୍ମ ଦିବସ ପାଳିତ

କୋଣାର୍କ---- ଆସନ୍ତା ୨୫ତାରିଖ ବଡଦିନ ଅବସରରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପୂଣ୍ୟ ଜନ୍ମତିଥିକୁ ପାଳନ କରିବା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପୂଣ୍ୟ ଜନ୍ମତିଥିର ଅବ୍ୟବେହିତ ପୂର୍ବରୁ  କୋଣାର୍କ ନିକଟସ୍ଥିତ ମା’ ଭଗବତୀ ବିହାରଠାରେ ଥିବା ଭେଙ୍କଟେଶ୍ୱର ସ୍କୁଲ ପକ୍ଷରୁ ଛାତ୍ରଛାତ୍ରୀମାନେ ମହାଆଡମ୍ବରରେ ଯୀଶୁଙ୍କ ଜନ୍ମ ଦିବସ ପାଳନ କରିଛନ୍ତି  । ସ୍କୁଲ  ଅଧ୍ୟକ୍ଷ ପ୍ରଶାଦ ରଞ୍ଜନ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜନ୍ମୋଉତ୍ସବରେ ଯୀଶୁଙ୍କ ସମ୍ପର୍କରେ ଆଲୋକ ପାତ କରିଥିଲେ । ଈଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ ସ୍ୱର୍ଗ ସୁଖ ପରିତ୍ୟାଗ କରି ପାପକ୍ଳିଷ୍ଟ ମନୁଷ୍ୟ ସମାଜକୁ ଉଦ୍ଧାର କରିବା ପାଇଁ ଡିସେମ୍ବର ୨୫ ତାରିଖରେ ବେଥ୍ଲେହେମ୍ରେ ଏକ ଅଖ୍ୟାତ ପଲ୍ଳିରେ ଥିବା ଗୋଶାଳରେ ଜନ୍ମ ନେଇଥିଲେ । ଯିଶୁଙ୍କର ଏହି ଜନ୍ମ ଦିବସକୁ ବଡଦିନ ବୋଲି ମଧ୍ୟ କୁହାଯାଉଛି । ଏହି ଅବସରରେ ସ୍କୁଲର ଶିକ୍ଷୟିତ୍ରୀ ବର୍ଷା ଜେନା ସାନ୍ତାକୃଜ ବେଶରେ ସଜେଇ ହୋଇ ଛାତ୍ରଛାତ୍ରୀମାନଙ୍କୁ ଉପହାର ଓ ମିଷ୍ଠାନ ବଣ୍ଟନ କରିଥିଲେ । ଭେଙ୍କଟେଶ୍ୱର ସ୍କୁଲର ମୁଖ୍ୟ ପରିଚାଳକ ମାନସ କୁମାର ମୁଦୁଲି, ଅମିୟ ବଚନ ମହାନ୍ତି,  ଶିକ୍ଷୟିତ୍ରୀ ବିସ୍ମିତା ମହାପାତ୍ର, ଗୀତାଞ୍ଜଳି ମହାରଣା, ମମତାମୟୀ ରାଉତ, ଲକ୍ଷ୍ମୀପ୍ରିୟା ମହାପାତ୍ର, ବର୍ଷାରାଣି ଜେନା, ସସ୍ମିତା ସେନାପତି, ସଙ୍ଗୀତା ଦାସ, ସସ୍ମିତା ମିଶ୍ର, ଅନୁପମା କର, ତପସ୍ୱିନୀ ଦାସ, ଶ୍ରଦ୍ଧାଞ୍ଜଳୀ ଜେନା, ମାନସୀ ଲେଙ୍କା, ଟି. ଏନ. ଶୁଭାଙ୍ଗୀ, ରେଶମା ସିଂ,  ରାଜଶ୍ରୀ ଜୋନ ଓ ମୈସୁମୀ ରାଉତରାୟ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକ
 A maliki
Konark

Blog Archive

Popular Posts