Breaking News

ନାଗ ସାପ ଉଦ୍ଦାର

ଡେଲାଙ୍ଗ---- ଡେଲାଙ୍ଗ - ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ହୁଙ୍କେଇପୁର କୃଷି ଫାର୍ମ ହାଉସର ଗୋଦାମ ଘରୁ ଏକ ନାଗ ସାପ ଉଦ୍ଦାର କରାଯାଇଛି । ସାପଟି ଲମ୍ବା କମଥିଲେ ମଧ୍ୟ ମୋଟା ଅଧିକ ରହିଛି  । ସୁଚନାଯୋଗ୍ୟ ଯେ ସାପଟି ବେଙ୍ଗ ଓ ମୂଷା ଖାଇବା ପାଇଁ ଉକ୍ତ ଗୋଦାମ ଘର ପାଖକୁ ଯାଇଥିବା ବେଳେ ଫାର୍ମର କର୍ମଚାରୀ ମାନେ ଏହା ଦେଖିଥିଲେ  । ସାପଟି ମଣିଷଙ୍କ ପାଟିତୁଣ୍ଡି ଶୁଣି ନିଜ ଜବନକୁ ରକ୍ଷା କରିବା ପାଇଁ ପାହାଚତଳେ ଲୁଚିକି ରହିଥିଲା  । ଡେଲାଙ୍ଗ ବେରବୋଇ ଗ୍ରାମ ପଞ୍ଚାୟତର ଉଦୟପୁର ଗ୍ରାମର ସାପଧରାଳି ଭାବେ ପରିଚିତ ପ୍ରହଲ୍ଲାଦ ପ୍ରଧାନଙ୍କୁ ଡକାଯାଇଥିଲା  । ଖବର ପାଇ ଶ୍ରୀ ପ୍ରଧାନ ଶ୍ରୀ ମହାରଥୀଙ୍କ ଫାର୍ମ ହାଉସ ଠାରେ ପହଞ୍ଚି ସାପଟିକୁ ଧରି ପାଖ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts