Breaking News

ଲୋକମାନେ କହୁଛନ୍ତି ଅତବିରା ନୁହଁ ସଟାବିରା

 ବରଗଡ଼----  ବରଗଡ଼ ଜିଲ୍ଲା ଅତାବିରାରେ ପୋଲିସ ପ୍ରଶାସନର ଆଢୁଆଳରେ ରାଜରାସ୍ତା ଉପରେ ପ୍ରତିଛକରେ,ଗାଁ ଗଣ୍ଡା ପୁରପଲ୍ଲୀରେ ସଟା ମାଫିଆମାନେ ସୋମାନଙ୍କର ପସରା ଖୋଲିଛନ୍ତି । ସ୍ଥାନୀୟ ଲୋକଙ୍କୁ ଟଙ୍କା ପଇସା ସହ ନିଶା ପାଣି ପ୍ରଲୋଭନ ଦେଖେଇ ସଟା ଖେଳଖେଳାଇ ଅଞ୍ଚଳକୁ ଖୋଳ କରିସାରିଲେଣି। ଏଇ ଖେଳରେ ଯୁବ ପିଢ଼ି ଫସି ସର୍ଵସ୍ୱାନ୍ତ ହେଇସାରିଥିବାଆ ବେଳେ ଯାହାରି ମୁହଁରେ,ଯୋଉଠି ବି କିଛି ସମୟ ଛିଡା ହେଲେ (ଟୁ-ଥିରି)(କଣ ଆସିଲା ବୋ,ସିସ୍କ ଓପନ ଆସିଛି ଟୁ ଆସିବ)ଏହି ଖେଳଟି ପ୍ରାୟ ଏବେ ଛକ,ପଡା ମାନଙ୍କରେ ଖୁଲମଖୁଲା ଭାବେ ଚାଲୁଛି। ପ୍ରାୟ କରି ରେଙ୍ଗାଲିକେମ୍ପ ଛକରୁ ପାହାଡ଼ଶ୍ରୀଗିଡା ଯିବା ରାସ୍ତାର ଛକରେ, ଲାଦେରପାଲି,ଅତାବିରା,ସରଣ୍ଡା, ଚକୁଲିଫାର୍ମ, ଗୋଡ଼ଭଗା ର ପ୍ରତି ଛକରେ ଏବେ ସଟା ମାଫିଆ ମାନେ ତାଙ୍କର କାୟା ବିସ୍ତାର କରି ଚାଲିଛନ୍ତି ।ଏବେ ପୁଣି ସ୍କୁଲ ପିଲାମାନେ ଲାଳାୟିତ ହୋଇ ଏହି ସଟା ଖେଳରେ ଫସି ଯାଉଥିବାର ଦେଖିବାକୁ ମିଳୁଛି।ଲୋକେ କହନ୍ତି ଏଥିରେ ବଡ ବଡ ଲୋକଙ୍କ ହାତ ଅଛି। ତେବେ ବଡ଼ ବଡ଼ ଲୋକ କିଏ କଣ ସରକାର ଏଇ ଖେଳର ଉନ୍ମୋଚନ କରିଛନ୍ତି କି ନାଁ ଆଉ କିଏ।ଯୋଉଥି ପାଇଁ କି ଆଜି ପୋଲିସ ପ୍ରଶାସନ ଚେଇଁ ସୋଇଛି ବୋଲି ଲୋକେ କହନ୍ତି। ତେବେ ଆଗାମୀ ଦିନରେ ସରକାର ଦୃଷ୍ଟି ଦେଇ ତୁରନ୍ତ ଏହାକୁ ରୋକ ଲଗାଇ ସ୍କୁଲ ପିଲାମାନଙ୍କ ଠାରୁ ଦୂରେଇ ରଖିବା ପାଇଁ ଦାବି ହେଉଛି । ଖେଳ ଖେଳାଉ ଥିବା ମାଫିଆ ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ନଜର ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି। ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts