ଗୋପ ବ୍ଲକରେ ଶାନ୍ତିଶୃଂଖଳାର ସହିତଏକକ ପ୍ରଶ୍ନପତ୍ର ପ୍ରଚଳନ ଯୋଜନା ସଫଳ
କୋଣାର୍କ -----ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମଗ୍ର ରାଜ୍ୟରେ ଏକକ ପ୍ରଶ୍ନପତ୍ର ପ୍ରଚଳନ ଯୋଜନାରେ ଆୟୋଜିତ ପ୍ରଥମ ସମାପ୍ତି ସୂଚକ ଆକଳନ-୨୦୧୯ ଗୋପ ବ୍ଲକରେ ଶାନ୍ତିଶୃଂଖଳାର ସହିତ ବୁଧବାର ଶେଷ ହୋଇଛି । ଏଥିରେ ୧୩୫ଟି ପ୍ରାଥମିକ, ୭୫ଟି ଉଚ୍ଚ ପ୍ରାଥମିକ ଓ ଅଷ୍ଟମ ଶ୍ରେଣୀ ଥିବା ୩୮ଟି ଉଚ୍ଚ ବିଦ୍ୟାଳୟର ୧୮ହଜାର ୨୨୦ଜଣ ଛାତ୍ରଛାତ୍ରୀ ସାମିଲ ହୋଇ ବିଭିନ୍ନ ବିଷୟରେ ପରୀକ୍ଷା ଦେଇଥିବା ଗୋପ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ମିଶ୍ର ପ୍ରକାଶ କରିଛନ୍ତି । ପୁରୀ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟରୁ ଆବଶ୍ୟକୀୟ ପ୍ରଶ୍ନପତ୍ର ଗୋପ ବିଆରସିସି ପ୍ରଭାସଚନ୍ଦ୍ର କରଣ ସଂଗ୍ରହ କରି ଆଣିଥିଲେ । ବ୍ଲକର ୨୦ଟି କ୍ଲଷ୍ଟରକୁ ସିଆରସିସିମାନଙ୍କ ଜରିଆରେ ପ୍ରଶ୍ନ ପ୍ରତ୍ତର ପଠାଯାଇଥିଲା । କ୍ଲଷ୍ଟରରୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନେ ପ୍ରଶ୍ନପତ୍ର ସଂଗ୍ରହ କରି ଚଳିତମାସ ୧ରୁ ୬ତାରିଖ ମଧ୍ୟରେ ପରୀକ୍ଷା ଶେଷ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଏବିଇଓ ପ୍ରଭାସଚନ୍ଦ୍ର କରଣ, ବ୍ରଜବନ୍ଧୁ ବେହେରା ଓ କମଳିନୀ ବେହେରା ନିୟମିତଭାବେ ମନିଂଟରି କରିବା ସହ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିବା ଜଣାଯାଇଛି ।
କୋଣାର୍କରୁ ଅଜିତ କୁମାର ମଲିକ
କୋଣାର୍କରୁ ଅଜିତ କୁମାର ମଲିକ
![]() |
Konark |