Breaking News

ଚନ୍ଦ୍ରମାଧମ ମିଶ୍ର ସ୍ମାରକୀ କ୍ରିକେଟ ମ୍ୟାଚ ; ଚନ୍ଦନପୁରର ରୟାଲ କ୍ରିକେଟ କ୍ଳବ ୭ ଉଇକେଟରେ ବିଜୟୀ

ସାକ୍ଷୀଗୋପାଳ -------ସତ୍ୟବାଦୀ ବ୍ଳକର ବିଦ୍ୟାଧରପୁର ଗ୍ରାମ ପଡିଆରେ ମା ଚର୍ଚ୍ଚିକା କ୍ରୀଡା ଓ ସଂସ୍କୃତି ସଂଘ ପକ୍ଷରୁ  ଚନ୍ଦ୍ର ମାଧବ ସ୍ମାରକୀ କ୍ରିକେଟ ମ୍ୟାଚ  ବୁଧବାର  ଥିଲା ମ୍ୟାଚର ଅଷ୍ଟମ ଦିବସ  । ଚନ୍ଦନପୁରର ରୟାଲ  କ୍ରିକେଟ କ୍ଳବ ବୀରପ୍ରତାପପୁର    କ୍ରିକେଟ କ୍ଳବକୁ ୭୨ ରନରେ ହରାଇ ଦୁତୀୟ ପର୍ଯ୍ୟାୟକୁ  ଉନ୍ନୀତ ହୋଇଛି  । ଚନ୍ଦନପୁରର ରୟାଲ କ୍ରିକେଟ କ୍ଳବ  ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଦାରିତ ୧୬ ଓଭରରେ ୩ ଉଇକେଟ ହରାଇ ୧୫୪ରନ  କରିଥିଲେ ।  ୧୫୫ ରନ ବିଜୟ ଲକ୍ଷ୍ୟ ନେଇ ବୀରପ୍ରତାପୁର କ୍ରିକେଟ ଦଳ ୧୧ ଓଭର  ସମସ୍ତ ଉଇକେଟ  ହରାଇ ୮୨ ରନ ସଂଗ୍ରହ କରିଥିଲେ  । ବିଜୟୀ ଦଳର ରଣଜିତ ପ୍ରଧାନ ଚିତାକର୍ଷକ ବ୍ୟାଟିଂ କରି ବ୍ୟକ୍ତିଗତ  ୫୭ ରନ କରିବା ସହ ତିନୋଟି ଉଇକେଟ ନେଇଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା  । ମା ଚର୍ଚ୍ଚିକା କ୍ରୀଡା ଓ ସଂସ୍କୃତି ସଂଘ ର କୋଷାଧ୍ୟକ୍ଷ  ଶ୍ରୀ ପ୍ରଧାନଙ୍କୁ ପୁରଷ୍କାର ପ୍ରଦାନ କରିଥିଲେ  ।  ସୁବାଷ ଜେନା  ଓ ଛବି ପ୍ରଧାନ ମ୍ୟାଚ ପରିଚାଳନା କରିଥିଲେ  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି  

Blog Archive

Popular Posts