ବିଶ୍ୱବିଦ୍ୟାଳୟ ପକ୍ଷରୁ କବାଡି ପ୍ରଶିକ୍ଷଣ ଶିବିର
ସାକ୍ଷୀଗୋପାଳ--- ସାକ୍ଷୀଗୋପାଳ ଉତ୍କଳମଣି ସ୍ମୃତି ମହାବିଦ୍ୟାଳୟ ପରିସରରେ ବିଶ୍ୱବିଦ୍ୟାଳୟ ସ୍ତରୀୟ ପୁରୁଷ କବାଡି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି । ୨୩ ତାରିଖରୁ ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହେବ । ଏହି ଠାରୁ ୧୨ ଜଣ ଶେଷ୍ଠ କବାଡି ପ୍ରତିଯୋଗିଙ୍କୁ ଜୟନ କରାଯାଇ ବିହାରର ଆରା ଠାରେ ଅନୁଷ୍ଠିତ ଜାତୀୟ ବିଶ୍ୱିବିଦ୍ୟାଳୟ ସ୍ତରୀୟ ପ୍ରତିଯେଗାିତାରେ ଭାଗ ନେବେ । ଭଗବାନ ଦାସ, ଓ ଦୀନବନ୍ଧୁ ନାଥଙ୍କ ନେତୃତ୍ୱରେ ଶିବିର ଅନୁଷ୍ଠିତ ହେଉଛି । କ୍ରୀଡା ଶିକ୍ଷକ ସୁଚିତ୍ରା ଖଟୋଇ ଓ ରାମା ମହାନ୍ତି ଶିବିରକୁ ପରିଚାଳନା କରୁଥିବାର ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
![]() |
Sakhigopal |