Breaking News

ଭଗବତୀ ମହାବିଦ୍ୟାଳୟ ପକ୍ଷରୁ ଏନ ସି ସି ଦିବସ ପାଳିତ

କୋଣାର୍କ ---- କୋଣାର୍କ ଭଗବତୀ ମହାବିଦ୍ୟାଳୟ ପକ୍ଷରୁ ଆଜି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟଙ୍କ ଦ୍ୱାରା ୭୨ତମ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ  ମହାବିଦ୍ୟାଳୟର ସମର ଶିକ୍ଷାର୍ଥୀ ବାହିନୀର ୫୦ଜଣ କ୍ୟାଡେଟ ଚିତାକର୍ଷକ ପ୍ୟାରେଡ ପ୍ରଦର୍ଶନ କରିଥିଲେ ।  ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଷ୍ଣପ୍ରସାଦ ମିଶ୍ର କୋଣାର୍କ ଥାନାଧିକାରୀ ସଞ୍ଜୀବ କୁମାର ପ୍ରଧାନ ଗାନ୍ଧୀଙ୍କ ପ୍ରତିମର୍ତ୍ତିରେ ମାଲ୍ୟାଅର୍ପଣ କରିବା ପରେ ପରେ ଏନସିସିର ପତାକାକୁ ଉତ୍ତ୍ୱଳନ କରିଥିବା ସହ କ୍ୟାଡେଟମାନଙ୍କ ଅଭିବାଦନ ଗ୍ରହଣ କରିଥିଲେ । ଜାତୀୟ ଏକତାକୁ ଅକ୍ଷୁର୍ଣ୍ଣ ରଖିବାସହ ଶୃଙ୍ଖଳିତ ଜୀବନଯାପନ କରି ଦେଶ ମାତୃକାର ସୁନାମ ଅର୍ଜନ ପାଇଁ ଉପଦେଶ ଦେଇଥିଲେ । ଭଗବତୀ ମହାବିଦ୍ୟାଳୟର ଏନସିସି ଅଧିକାରୀ ଲେଫଟାଣ୍ଡ ବିନୟଭୂଷଣ ମହାନ୍ତିଙ୍କ ନେତୃତ୍ୱରେ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ  ହୋଇଥିଲା । ପ୍ୟାରେଡ ପ୍ରଦର୍ଶନ ଶେଷରେ କ୍ୟାଡେଟମାନେ  ଏନ.ସି.ସି. ସଙ୍ଗୀତ ‘ହାମ ସବ୍ ଭାରତୀୟ ହେଁ..........’ ଗାନ କରିଥିଲେ । ଏହି ଅବସରରେ କ୍ୟାଡେଟମାନେ ମହାବିଦ୍ୟାଳୟ ପରିସରରେ ପଡିରହିଥିବା ଅଳିଆ ଆବଜନାକୁ ସଫେଇ କରିଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକ
 A maliki
konark 

Blog Archive

Popular Posts