ତେଜୁଛି ମଦମୁକ୍ତି ଆନ୍ଦୋଳନ, ସାମିଲ ହେଲେ ମହିଳା ସଂଗଠନ
Baragarh |
। ମଦୁଆ ମାନଙ୍କ ଦୌରାତ୍ମ ସଙ୍ଗେ ସଙ୍ଗେ କଲେଜ ଝିଅ ମାନଙ୍କୁ କମେଣ୍ଟ ମରା ମଧ୍ୟ ସାମ୍ନାକୁ ଆସିଛି ହେଲେ ଏପର୍ଯ୍ୟନ୍ତ ଭାଟି ହଟିବାର ନାଁ ନେଉନାହିଁ।ଖାଲି ସେତିକି ନୁହେଁ ଏହି ନିଶା କାରବାର ଯୋଗୁଁ ଚୋରି, ଡକାୟତି, ଲୁଟମାର,ମାଡ଼ପିଟ ନୀତି ଦିନିଆ ହେଉଥିବାବେଳେ ଘରେ ଘରେ ଅଶାନ୍ତି ସୃଷ୍ଟି ହେଉଛି। ମଦ ଭାଟି ସ୍ଥାନାନ୍ତର ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କୋୖଣସି ସୁଫଳ ମିଳୁନାହିଁ ବୋଲି ମହିଳା ଗୋଷ୍ଠୀ ମାନେ କହନ୍ତି ।୨୦୧୭ମସିହାରୁ ଏହି ନାରୀ ସଂଗଠନ ମଦଭାଟିକୁ ସ୍ଥାନାନ୍ତରିତ କରିବା ପାଇଁ ଦାବି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୈାଣସି ସୁଫଳ ମିଳିନାହିଁ ବୋଲି ମହିଳା ସଂଗଠନ କହନ୍ତି । ଗାଁରେ ମାଦକଦ୍ରବ୍ୟ ବିକ୍ରି କରୁଥିବା ସମସ୍ତ କୁଚିଆ ମାନଙ୍କ ନାଁରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ଓ ଶିକ୍ଷା ଅନୁଷ୍ଠାନ ଏରିଆରୁ ଭାଟିକୁ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ ମହିଳା ଗୋଷ୍ଠୀ ଆନ୍ଦୋଳନ କରିଥିଲେ।ଏହାପରେ ସଂଗଠନ ର ସଭାପତି ଶାନ୍ତି ନାଏକଙ୍କ ଅଧ୍ୟକ୍ଷତାରେ ଅନେକ ସଭାସମିତି ସହ ଗାଁରେ ମଦମୁକ୍ତି ସଚେତନତା ଶୋଭଯାତ୍ରା ମଧ୍ୟ ଅନେକ ଥର ହୋଇ ଆସିଥିଲା। ୨୬.୧୦.୨୦୧୯ରେ ସଭା ଡକାଇ ସଭାପାଇଁ ସ୍ଥାନୀୟ ସ୍କୁଲ,କଲେଜ ସହ ସରକାରୀ ବେସରକାରୀ ଶିକ୍ଷା ଅନୁଷ୍ଠାନ ମାନଙ୍କୁ ନୋଟିସ ମଧ୍ଯମରେ ସଂଗଠନ ଜଣାଇ ସାରିଥିଲା।ଏହାପରେ ୨୯ତାରିଖରେ ପୁଣି ନାରୀ ସଂଗଠନ ପକ୍ଷରୁ ଏକତା ମଞ୍ଚ ବୈଠକ ହୋଇ ଏହି ସବୁ ସମସ୍ୟା ଉପରେ ୩୦ତାରିଖ ଏକ ରେଜୁଲେସନ ପାସ ହେଇ ବରଗଡ଼ ଅବକାରି ବିଭାଗକୁ ଅବଗତ କରାଇଥିଲେ। ଅବକାରୀ ବିଭାଗ ନାରୀ ସଂଗଠନକୁ ୧୫ଦିନ ସମୟ ମାଗିବାରୁ ନାରୀ ସଂଗଠନ ହଟିଥିଲା।ହେଲେ ୧୫ଦିନ ମଧ୍ୟରେ ା କରାନଗଲେ ଭୟାବହ ଆନ୍ଦୋଳନ କରିବା ପାଇଁ ନାରୀ ସଂଗଠନ ଚେତାବନୀ ଦେଇଛନ୍ତି । ଆଜି ଗ୍ରାମର ଏସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ଅଣ୍ଟା ଭିଡିଥିବା ମହିଳା ସଂଗଠନ ର ସମ୍ପାଦିକା ଅହଲ୍ୟା ଭୋଇ,ଉପ ସଭାନେତ୍ରୀ ସୁଶିଳା ମେହେର,ସିତୟା ପୃଷ୍ଟି,ତୃତୀୟା ମେହେର,ଅର୍ଣ୍ଣପୂର୍ଣ୍ଣା ସେଟ,ପୁଷ୍ପା ପାଣିଗ୍ରାହୀ, ଦୀପାନ୍ଦ୍ରୀ ପ୍ରଧାନ,ସନ୍ତୋସିନୀ ମହାପାତ୍ର,ବଳପତି ମେହେର ତଥା ସଂଗଠନର ନାରୀ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।ମଦବିକ୍ରି ଓ ମଦଭାଟି ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ନାରୀ ସଂଗଠନ।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ