ମୋବାଇଲି ଛଡାଇ ନେବା ଅଭିଯୋଗରେ ଦୁଇ ଯୁବକ ଗିରଫ
ଡେଲାଙ୍ଗ---- ଡେଲାଙ୍ଗ ପୋଲିସ ଦୁଇଜଣ ମୋବାଇଲି ଲୁଟୋରଙ୍କୁ ଗିରପ କରିବାରେ ସଫଳ ହୋଇଛି । ଘଟଣାରୁ ପ୍ରକାଶ ଯେ ଇନ୍ଦିପୁର ଗ୍ରାମର ଗାୟତ୍ରୀ ପ୍ରଧାନ ଜଣେ ଛାତ୍ରୀ ଡେଲାଙ୍ଗରୁ କମ୍ପ୍ରୁଟର କ୍ଳାସ ସାରି ନିଜ ସାଇକେଲରେ ଘରକୁ ଫେରୁଥିଲେ । ଡେଲାଙ୍ଗ-- ଉନ୍ଦିପୁର ରାସ୍ତାର ମାଛପଡା ଛକ ନିକଟରେ ବିଜୟ/ କାଦୁଆ ଛାଟୋଇ ଓ ଗୁଆଳିପଡାର କାହ୍ନା ଛାଟୋଇ ଛାତ୍ରୀ ଜଣଙ୍କୁ ଏକ ସ୍କୁଟିରେ ପିଛା କରି ମୋବାଇଲି ଛଡାଇ ନେଇଥିଲେ । ଡେଲାଙ୍ଗ ଥାନାରେ ଛାତ୍ରୀ ଜଣଙ୍କ ଅଭିଯୋଗ କରିବା ପରେ ଡେଲାଙ୍ଗ ପୋଲିସ ଛାତ୍ରୀଙ୍କୁ ଅପରାଧିଙ୍କ ଫଟୋ ଦେଖାଇବା ପରେ ଛାତ୍ରୀ ସଙ୍ଗେ ସଙ୍ଗେ ଏହି ଦୁଇଜଣଙ୍କୁ ଚିହ୍ନଟ କରିଥିଲେ । ପୋଲିସ ସଙ୍ଗେ ସଙ୍ଗେ ମୋବାଇଲି ଲୁଟେରା ଦୁଇ ଜଣଙ୍କୁ ଗିରଫ କରି ଆଜି କୋର୍ଟକୁ ଚାଲଣ କରିଥିବା ଜଣାପଡିଛି । ଏହି ଦୁଇ ମୋବାଇଲି ଲୁଟେରା ପୋଲିସ ରେକର୍ଡରେ ବିଭିନ୍ନ କେସରେ ଜଡିତ ଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି