୭୨ତମ ଏନ୍ ସି ସି ପ୍ରତିଷ୍ଠା ଦିବସ ପାଳିତ
ସାକ୍ଷୀଗୋପାଳ ---- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ୭୨ ତମ ଏନ୍ ସି ସି ପ୍ରତିଷ୍ଠା ଦିବସ ରବିବାର ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ମିଶ୍ର ଏନ୍ ସି ସି ପତାକା ଉତ୍ତୋଳନ କରି ଏନ୍ ସି ସି କ୍ୟାଡର ମାନଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ । ସମସ୍ତ କ୍ୟାଡେଟ ମାନଙ୍କୁ ଦେଶ ସେବାରେ ବ୍ରତୀ ହେବାକୁ ସେ ଆହ୍ୱନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ଶିକ୍ଷକ ବନମାଳୀ ବେହେରା, ପ୍ରଭାତ ଚନ୍ଦ୍ର ରଥ, ଶିକ୍ଷକ ସତ୍ୟବାଦୀ ଦାଶ, ମନୋରଞ୍ଜନ ନାଥ, ସୁଚିତ୍ରା ଖଟାଇ, ସୌଦାମିନି ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । କ୍ୟାଡେଟ ମାନଙ୍କୁ ଶୃଙ୍ଗଳିତ ରହିବା ସହିତ ମାତୃ ଭୂମୀର ସେବା କରିବାକୁ ପ୍ରେରଣା ପ୍ରଦାନ କରିଥିଲେ । ଏନ୍ ସି ସି ଅଫିସର ବିଜୟ କୁମାର ପରିଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶେଷରେ କ୍ୟାଡେଟ ମାନଙ୍କୁ ମିଶ୍ଟାନ୍ନ ବଣ୍ଟନ କରାଯାଇଥିଲା । ସର୍ଜଣ୍ଟ ଆଶିଷ ମହାପାତ୍ର ପ୍ୟାରେଡ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
![]() |
Sakhigopal |