Breaking News

ପୁଣି ଲାଗୁ ହେବ ନୂଆ ଟ୍ରାଫିକ ନିୟମ


 J Sehti
Puri
ପୁରୀ---- ନୁଆ ଟ୍ରାଫିକ ନିୟମ ଲାଗୁ ପାଇଁ ତିନି ମାସ ଦିଆ ଯାଇଥିବା କୋହଳ ସମୟ ସରିବାକୁ ଯାଉଛି  ।ଆଉ ଦିନ କେଇଟା ପରେ ବା ଡିସେମ୍ବର ୧ ତାରିଖ ଠାରୁ ଏହି ନୂତନ ନିୟମ ଲାଗୁହେବ । ଯାହାକୁ ନେଇ ଏବେ ସମସ୍ତଙ୍କ ମନରେ ଛନକା ପଶିଛି । ଗାଡି କାଗଜ ପତ୍ର ଓ ଲାଇସେନ୍ସ ପାଇଁ  ଆରଟିଓ କାର୍ଯ୍ୟଳୟରେ ଲମ୍ବା ଲାଇନ  ଦେଖିବାକୁ ମିଳିଛି । ଆଜି ସକାଳୁ ପୁରୀ  ସିଟି ରୋଡର ଆରଟିଓ  କାର୍ଯ୍ୟଳୟ ଠାରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। କାର୍ଯ୍ୟଳୟ ଭିତରେ ଭିଡ଼ ଥିବା ବେଳେ କାର୍ଯ୍ୟଳୟ ବାହାରେ ମଧ୍ୟ ଲୋକଙ୍କର ଭିଡ଼ ଓ ଗାଡି ମଟର ସେହିପରି ଜମା ହୋଇଛି । 
ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts