Breaking News

ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

ବେଗୁନିଆ----- ‘’ବେଗୁନିଆ ସାହିତ୍ୟାନୁଷ୍ଠାନର’’ର ଦ୍ୱିତୀୟ ବାର୍ଷିକ ଉତ୍ସବ ଉପଲକ୍ଷେ  ଆସନ୍ତା  ଡିସେମ୍ବର ମାସ ୮ ତାରିଖ ରବିବାର ଦିନ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଏ ନେଇ ଏକ ପ୍ରସ୍ତୁତି ବୈଠକ ବୁଧବାର ଅପରାହ୍ନରେ ସ୍ଥାନୀୟ  ନୂଆସାହି ଜଗନ୍ନାଥ ମନ୍ଦିର ସଂଲଗ୍ନ  ଆମ୍ରକାନନ ପରିସରରେ ଅନୁଷ୍ଠିତ ହୋଇଯାଇଛି  । ସାହିତ୍ୟ ଘରର ଉପସଭାପତି ଶିକ୍ଷାବିତ୍ ପତିତପାବନ ବଳବନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତହୋଇଥିଲା  ।  ସମ୍ପାଦକ ଦିବାକର ସାହୁ,ସହ ସମ୍ପାଦକ ମନୋଜ କୁମାର ମହାପାତ୍ର,କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ,ଉପଦେଷ୍ଟା ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀ,ଶିଳ୍ପୀ କଳ୍ପତରୁ ପଣ୍ଡା,ପବିତ୍ର ମୋହନ  ପରିଡା,କବି ପ୍ରସନ୍ନ କୁମାର ମଣ୍ଡଳ,କୃଷକ ନେତା ଜୟନ୍ତ ତ୍ରିପାଠୀ,କାହ୍ନୁ ଚରଣ ବେହେରା,ମଦନ ମୋହନ ସାହୁ,ପ୍ରକାଶ ରଞନ ସାହୁ,ଗାୟକ ମିହିର କୁମାର ଆଚାର୍ଯ୍ୟ,କବୟତ୍ରୀ ପ୍ରତିମା ପ୍ରଧାନ,ନାଏବ ସରପଞ୍ଚ ପ୍ରସନ୍ନ କୁମାର ବାରିକ,ଶିକ୍ଷକ ସ୍ମୃତି ପଟ୍ଟନାୟକ,ରଶ୍ମି ଚାନ୍ଦ କର,ଚଣ୍ଡେଶ୍ୱର ପ୍ରଧାନ,ସମାଜସେବୀ ଓମ ପ୍ରକାଶ ବାହୁବଳେନ୍ଦ୍ର,ଲକ୍ଷ୍ମୀକାନ୍ତ ମହାପାତ୍ର,ଲକ୍ଷ୍ମଣ ଜୟସିଂହ,ସୋମନାଥ ସାହୁ,ରାଧାକ୍ରିଷ୍ଣ ପାତ୍ର ଓ ଜିତେନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିରକୁ ସଫଳ କରିବା ପାଇଁ  ନିଜ ନିଜର ମତବ୍ୟକ୍ତ କରିଥିଲେ । ପ୍ରକାଶ ଥାଉକି, ଆସନ୍ତା ଡିସେମ୍ବର ମାସ ୩୦ ଓ ୩୧ ତାରିଖ ଦୁଇଦିନ ଧରି ବେଗୁନିଆ ସାହିତ୍ୟାନୁଷ୍ଠାନର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମକୁ ସମାଜସେବୀ ଯୋଗେଶ୍ୱର ପଣ୍ଡା ପରିଚାଳନା କରିଥିଲେ ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts