ବାଲିଗୁଡା ର ଅବକାରୀ ବିଭାଗ କୋମା ; ବ୍ରହ୍ମପୁର ଅବକାରି ବିଭାଗର ଚଡାଉ
କନ୍ଧମାଳ--- କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ ବ୍ରହ୍ମପୁର ଅବକାରୀ ବିଭାଗର ଅତର୍କିତ ଚଢ଼ାଉ । ଦୁଇଦିନ ଧରି ବାଲିଗୁଡା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଲଗାତାର ଭାବେ ଚଢ଼ାଉକରି ବିପୁଳ ପରିମାଣର ଦେଶୀମଦ ଜବତ କରିବାସହ ସାତଜଣଙ୍କୁ ଗିରଫକରି କୋର୍ଟଚାଲାଣ କରିଛି ଅବକାରୀ ବିଭାଗ । କନ୍ଧମାଳ ଜିଲ୍ଲାରେ ଦିନକୁଦିନ ଦେଶୀମଦ ରନ୍ଧା ଓ ବିକ୍ରି ବୃଦ୍ଧି ପାଉଥିବାବେଳେ ଏହାକୁ ରୋକିବାପାଇଁ ବାଲିଗୁଡା ପୋଲିସ ବିଭିନ୍ନ ସମୟରେ ଭିନ୍ନଭିନ୍ନ ସ୍ଥାନରେ ଚଢ଼ାଉକରି ଦେଶୀମଦ,ପୋଚ ନଷ୍ଟ କରି ଚୋରା ବେପାରୀ ମାନଙ୍କୁ କୋର୍ଟ ଚାଲାଣ କରିଛି। ମାତ୍ର ବାଲିଗୁଡା ଅବକାରୀ ବିଭାଗ ଏବେ ଚୋରା ବେପାରୀ ମାନଙ୍କ ସହିତ ହାତ ମିଳାଇ ଏବେ କୋମାରେ ପଡିଛି ବୋଲି ଜଣସାଧରଣରେ ଆଲୋଚନା ହୋଉଛି ।ଫଳରେ ଏହାକୁ ରୋକିବାପାଇଁ ଉଦ୍ୟମ ଆରମ୍ଭ କରିଛି ବ୍ରହ୍ମପୁର ଅବକାରୀ ବିଭାଗ । ଗତ ଦୁଇଦିନ ଧରି ବ୍ରହ୍ମପୁର ଡିଭିଜନର ଏକ ଅବକାରୀ ଟିମ୍ ଆସି ବାଲିଗୁଡା ଥାନା ଅଞ୍ଚଳରେ ଚଢ଼ାଉ ଜାରିରଖିଛନ୍ତି । ଏହାଠାରୁ ଲଜ୍ଜାଜନକ ଆଉ କିଛି ନାହିଁ ବୋଲି ବାଲିଗୁଡ଼ାର ବୁଦ୍ଧିଜୀବୀ ମାନେ ସମାଲୋଚନା କରିଥିବା ଜଣାପଡିଛି । ଅଧିକାରୀ ମାନଙ୍କ ଦେହରେ ଯଦି ରକ୍ତ ଅଛି ଏମାନେ ବ୍ରହ୍ମପୁର ଅଞ୍ଚଳରେ ଅବକାରୀ ଚଢାଉ କରି ସେହିପରି ଚୋରା ମଦ ଓ ଅଭିଯୁକ୍ତଙ୍କୁ ଗିରଫ କରି ଏକ ରେକର୍ଡ଼ କରିବା ପାଇଁ ବାଲିଗୁଡ଼ା ଅଞ୍ଚଳ ବାସି ଆହ୍ବାନ ଦେଇଛନ୍ତି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା