Breaking News

କୋଣାର୍କ ଉତ୍ସବ-୨୦୧୯ ପାଇଁ ପ୍ରସ୍ତୁତି ବୈଠକ

କୋଣାର୍କ---- ୩୦ତମ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ନିମନ୍ତେ ପୁରୀଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ କୋଣାର୍କ ଯାତ୍ରିନିବାସ ସମିଳନୀ କକ୍ଷରେ  ଏକ ସମନ୍ନୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ଉତ୍ସବ ନିମନ୍ତେ ଟ୍ରାଫିକ, ପାର୍କିଂ, ଆଲୋକ, ପରିମଳ, ସୁରକ୍ଷା ବ୍ୟବସ୍ତା ସମେତ ବିଭିନ୍ନ ଗରୁତ୍ୱପୂର୍ଣ୍ଣ ବିଷୟ ଉବରେ ଜିଲ୍ଲାପାଳ ଶ୍ରୀ ସିଂ ଉତ୍ସବ ସହ ଜଡିତ ଅଧିକାରୀ ମାନଙ୍କ ଠାରୁ ପ୍ରସ୍ତୁତି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ । ଏହି ଉତ୍ସବ ଅବସରରେ କୋଣାର୍କ ହେଲିପ୍ୟାଡ ଠାରେ ପଡୁଥିବା ଅପେରା ପାର୍ଟି, ମିନାବଜାର, ରାମଦୋଳି ସହ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ କାର୍ଯ୍ୟର ସମିକ୍ଷା କରିବା ସହ କୋଣାର୍କ ନିର୍ବାହୀ ଅଧିକାରୀଙ୍କୁ କାର୍ଯ୍ୟ ତ୍ୱରାନିତ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ଏଥିସହ  ମୁକ୍ତାକାଶ ରଙ୍ଗମଞ୍ଚ, ଆନ୍ତର୍ଜାତୀୟ ବାଲୁକାକଳା ପ୍ରଦର୍ଶନୀ ପାଇଁ ଚନ୍ଦ୍ରଭାଗାର ସ୍ୱର୍ଣ୍ଣମ ବେଳାଭୂମୀ କାର୍ଯ୍ୟର ଅଗ୍ରତି ତଦାରଖ କରିବା ସହ ବିଭିନ୍ନ ସ୍ତାନରେ ଥିବା ପାର୍କିଂ ସ୍ଥଳ ପରିଦର୍ଶନ କରିଥିଲେ । ଉତ୍ସବ ପାଇଁ ଦୁଇଚକିଆ ଓ ଚାରି ଚକିଆ ଯାନ ନିମନ୍ତେ ଟେଣ୍ଡର ଜରିଆରେ କାର୍ଯ୍ୟ ଶେଷ କରିବାକୁ କୋଣାର୍କ ଏନଏସିର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଡିସେମ୍ବର ୧ରୁ ୫ତାରିଖ ପର୍ଯ୍ୟନ୍ତ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ଦ୍ୱାରା ନିର୍ମିତ ପାର୍କିଂ ସ୍ଥଳୀରେ ଉତ୍ସବ ସମୟରେ ଉପଯୋଗ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା । ପର୍ଯ୍ୟଟକ ମାନଙ୍କ ସୁରକ୍ଷା ନିମନ୍ତେ ଚନ୍ଦ୍ରଭାଗା ଠାରେ ଉତ୍ସବ ସମୟରେ ୨୦ଜଣ ଲାଇଫଗାର୍ଡଙ୍କୁ ନିୟୋଜିତ କରିବା ପାଇଁ ନିଷ୍ପତି ନିଆଯାଇଥିବା ବେଳେ ଚନ୍ଦ୍ରଭାଗା ସାମୁଦ୍ରିକ ଥାନାରେ ୧୦ଜଣ ଲାଇଫଗାର୍ଡ ନିୟମିତ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଠିରୁ ମୁତୟନ ରହିବେ ବୋଲି ଜିଲ୍ଲାପାଳ ଶ୍ରୀ ସିଂ ସୂଚନା ଦେଇଥିଲେ । ଏହି ବୈଠକରେ ପୁରୀଜିଲ୍ଲାପାଳ ବଲୱନ୍ତ ସିଂଙ୍କ ସହ ପୁରୀ ଏସପି ଉମାଶଙ୍କର ଦାଶ, ପ୍ରକଳ୍ପ ନିର୍ଦ୍ଧେଶକ ବିଶାଲ ସିଂହ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନଙ୍କ ସମେ ଭାରତୀୟ ତୈଳ ପ୍ରତିଷ୍ଠାନାନ, ପୂର୍ତବିଭାଗ, ବିଦ୍ୟୁତ, ସ୍ୱାସ୍ଥ୍ୟ, ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା, ଜାତୀୟ ରାଜପଥ ବିଭାଗ ସମେତ ଉତ୍ସବ ସହ ଜଡିତ ବିଭିନ୍ନ ବିଭାଗର ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକ
 A maliki
Konark

Blog Archive

Popular Posts