ସାକ୍ଷୀଗୋପାଳ --- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ସୁଆଣ୍ଡୋ ଗ୍ରାମରେ ପୁରୀ ମଧୁବନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନବମ ଶ୍ରେଣୀର ୩୮ ଜଣ ଛାତ୍ର ଛାତ୍ରୀ ଗ୍ରାମ ପରିଦର୍ଶନ କରିବା ସହ ଗ୍ରାମରେ ଥିବା ପରିବାର ମାନଙ୍କର ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି । ଏହି ଅବସରରେ ଗୋପବନ୍ଧୁଙ୍କ ଷଠୀଘରେ ମହାପୁରଷଙ୍କ ପ୍ରତିମୂର୍ତ୍ତିରେ ଗୁରୁଜୀ, ଗୁରୁମା ଓ ଛାତ୍ର ଛାତ୍ରୀମାନେ ମାଲ୍ୟାର୍ପଣ, ଧୁପ, ଦୀପ ଦେଇ ପ୍ରାର୍ଥନା କରିଥିଲେ । ଛାତ୍ରଛାତ୍ରୀ ମାନେ ଛଅଟି ଦଳ ହୋଇ ପ୍ରତି ଘରକୁ ଘର ବୁଲି ପରିବାର ଶିକ୍ଷିତ, ସ୍ୱାକ୍ଷର, ବୃତ୍ତି, ପରିବାର ସଦସ୍ୟ ଙ୍କ ସଂଖ୍ୟା,ସରକାରଙ୍କ ନିକଟରୁ ପାଉଥିବା ସୁବିଧା ସୁଯୋଗ ସମ୍ପର୍କରେ ଟିକିନିଖି କରି ବୁଝି ନୋଟ କରିଥିଲେ । ଏହି ଅବସରରେ ଗୋପବନ୍ଧୁ ସ୍ମୃତି ମନ୍ଦିର ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ସାମ୍ବାଦିକ ତଥା ଗୋପବନ୍ଧୁଙ୍କ ଦାୟଦ ଧୀରେନ୍ଦ୍ର ନାଥ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋପବନ୍ଧୁଙ୍କ ଜୀବନାଦର୍ଶ ଓ ତାଙ୍କର ସେବା , ଶିକ୍ଷା ଗ୍ରହଣ କରି ପାରିଲେ ନିଶ୍ଚୟ ତମେ ମାନେ ଜଣେ ଜଣେ ଭଲ ମଣିଷ ହୋଇପାରିବ ବୋଲି ପିଲମାନଙ୍କୁ କହିଥିଲେ । ସମ୍ମାନୀତ ଅତିଥି ଭାବେ ପୁରୀ ସଙ୍କୁଳ ମୁଖ୍ୟ ଅଭିମନ୍ୟୁ ବରାଳ, ବରିଷ୍ଠ ଆଚାର୍ଯ୍ୟ ବିଷ୍ଣୁପ୍ରସାଦ ପାଣି, ଶିକ୍ଷୟତ୍ରୀ ମମତା ରାଉତରାୟ , ତପସ୍ୱିନୀ ପଟ୍ଟାନୟକ, ରୋହିତ ଜେନା, ପ୍ରଦୀପ ମହାନ୍ତି ଓ ନିରଞ୍ଜନ ମହାନ୍ତି ଉପସ୍ଥିତ ରହିଥିଲେ ।
 |
Sakhigopal |
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି