ବୀରରାମଚନ୍ଦ୍ରପୁର ପଞ୍ଚାୟତରେ ସରପଞ୍ଚ ଉପନିର୍ବାଚନ ଶେଷ ; ଗୁରୁବାର ଭୋଟ ଗଣତି
ସାକ୍ଷୀଗୋପାଳ------ ସତ୍ୟବାଦୀ ବ୍ଳକର ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ଅକାଳ ମୃତ୍ୟୁ ପରେ ସରପଞ୍ଚ ଆସନଟି ଖାଲି ପଡିଥିଲା । ବୁଧବାର ସରପଞ୍ଚ ପନବୀ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ୫୯୨୫ ଜଣ ଭୋଟର ରହିଥିବା ବେଳେ ୩୯୮୯ ଜଣ ଭୋଟର ୧୫ଟି ମତଦାନ କେନ୍ଦ୍ରରେ ସେମାନଙ୍କ ମତଦାନ ପ୍ରଦାନ କରିଛନ୍ତି । ଶାନ୍ତି ଶୃଙ୍ଖଳାରେ ମତ ଦାନ ସରିଛି ବୋଲି ବ୍ଳକ ନିର୍ବାଚନ ଅଧିକାରୀ ତଥା ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ଖବର ମିଳିଛି । ସମସ୍ତ ମତଦାନ ବାକ୍ସ ବ୍ଳକ କାର୍ଯ୍ୟାଳୟ ଷ୍ଟଙ୍ଗରୁମ ପରିସରରେ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ଆସନ୍ତା କାଲି ସକାଳ ୭ ଟା ସମୟରେ ପରିସରରେ ଗଣତି କରାଯିବ ବୋଲି ଶ୍ରୀ ଦତ୍ତ ଙ୍କ ଠାରୁ ସୁଚନା ମିଳିଛି । ଅନ୍ୟ ପକ୍ଷେ ବେସରକାରୀ ସୁତ୍ରରୁ ଜଣାପଡିଛି ଯେ ବିଜେଡି ଦଳ ସମର୍ଥୀତ ପ୍ରାର୍ଥୀ ପ୍ରସନ୍ନ କୁମାର ଷଢ଼ଙ୍ଗୀ ପ୍ରାୟ ୮ଶହରୁ ଏକ ହଜାରରୁ ଅଧିକ ଭୋଟରେ ବିଜୟୀ ହେବେ ବୋଲି ବିଜେଡି ଦଳର ବ୍ଳକ ସଭାପତି ପ୍ରମୋଦ କୁମାର ରାଉତରାୟ ସମ୍ଭାବନା ରହିଛି ବୋଲି କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି