ନାଗପୁର ଯାଦବ ଭବନରେ ଜିଲ୍ଲାସ୍ତରୀୟ ଯାଦବୀ ସମ୍ମୀଳନୀ
ଗୋପ-------ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ନାଗ ପୁର ଯାଦବ ଭଵନ ଠାରେ ଜିଲ୍ଲାସ୍ତରୀୟ ଯାଦବ କୁଳର ଏକ ସମ୍ମୀଳନୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମୀଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଉକ୍ତଳ ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ସୁବାସ ବେହେରା । ମୁଖ୍ୟ ଅତିଥି ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ , ବିଶିଷ୍ଟ ଅତିଥି କ୍ରୀଡ଼ା ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା, ରାଜ୍ୟ ଭିନ୍ନକ୍ଷମ ଆୟୋଗ ଶ୍ରୀମତୀ ସୁଲୋଚନା ଦାସ, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରବି ଦାସ୍ ଙ୍କ ସହିତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ମାନେ ଯୋଗ ଦେଇଥିଲେ।
ଏହି ସମ୍ମୀଳନୀରେ ବିଭିନ୍ନ ବ୍ଲକ ର ଯାଦବ ମାନେ ଉପସ୍ଥିତ ଥିଲେ। ପରେପରେ ଯାଦବ କର୍ମକର୍ତ୍ତା ସଭ୍ୟମାନଙ୍କୁ ନିର୍ବାଚିତ କରାଯାଇ ସମ୍ବୋଧନା କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା। ଯାଦବ କଳାକାର ମାନେ ସଙ୍ଗୀତ ପରିବେଷଣ କରିଥିଲେ। ଯାଦବ ସମ୍ମିଳନୀର ପାଞ୍ଚଟି ଦାବି ଥିଲା ଯାଦବ ମାନଙ୍କର ପ୍ରତ୍ୟେକ ଗୋଟେ ଗୋଟେ ବ୍ଲକରେ ଶ୍ରୀକୃଷ୍ଣ କଲ୍ୟାଣ ମଣ୍ଡପ କରାଯାଉ, ଯାଦବ ମାନଙ୍କର ଲଉଡ଼ି ଖେଳ କୁ ମାନ୍ୟତା , ଲଉଡ଼ି ଖେଳ କଳାକାରଙ୍କୁ ଭତା ଦିଆଯାଉ, ଗୋଚର ଜମିର ସଂରକ୍ଷଣ, ଅନାବାଦୀ ଗୋଚର ସଂରକ୍ଷଣ, ଗୋ ବଶଂର ସୁରକ୍ଷା, ଗାଇ ଗୋରୁଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ବନ୍ଦ କରିବା ପାଇଁ ମାନ୍ୟବର ମନ୍ତ୍ରୀଙ୍କୁ ଯାଦବ ମହାସଙ୍ଗ ଦାବି କରିଛି।
ଏହି ଯାଦବ ସମ୍ମୀଳନୀ ମାଧ୍ୟମରେ ପୁରୀ ଜିଲ୍ଲା ସମସ୍ତ ବ୍ଲକର ଯାଦବ ଜାତିର ଅନେକ ବିଭିନ୍ନ ପ୍ରକାର ପାରି ବାରିକ ଦ୍ୱନ୍ଦ ନିଷ୍ପତି ମଧ୍ୟ ହୋଇଥିଲା ।
ଗୋପରୁ ଜୟନ୍ତ କୁମାର ସେଠୀ