ବୋମା ବିସ୍ଫୋରଣ ଘଟଣା ଘଟିବାର ୧୭ ମାସ ପରେ ବି ପୋଲିସ ହାତ ଖାଲି
ବରଗଡ଼------
ଭାଲୁପତ୍ରା ପାର୍ଶଲ ବୋମା ବିସ୍ପୋରଣ ଘଟଣା ଘଟିବାର ୧୭ ମାସ ପରେ ବି ପୋଲିସ ହାତ ଖାଲି ପଡ଼ିଛି । ଆଉ ଅଳ୍ପଦିନ ପରେ ପୋଲିସ ଆପେ ଆପେ ଉକ୍ତ ପାଇଲି ବନ୍ଦ ହୋଇଯିବ । ଚିନ୍ତାରେ ଏବେବି ନାଗଭୁସନ ଦମ୍ପତ୍ତି। ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଜାଙ୍ଗେଡ଼ ପଞ୍ଚାୟତ ଭାଲୁପତ୍ରା ଗାଁ ରେ ନାଗଭୁସନଙ୍କ ଘରେ କେହି ଜଣେ ଦୁର୍ବୁତ୍ତ ଗତ ୭ଜୁଲାଇ ୨୦୧୮ ଅପରାହ୍ନ ୩ଟା ସମୟରେ ଏକ ପାର୍ଶଲ ବୋମା ରଖିଥଲା । ନାଗଭୂଷଣଙ୍କର ଆଖି ଫୁଟାଇ ଚମ୍ପଟ ମାରିଥିଲା। ଏହି ଘଟଣାଟି ଆଜକୁ ୧୭ମାସ ବିତିଯାଇଛି ଥିଲେ ସୁଦ୍ଧା ବିସ୍ପୋରଣ କରିଥିବା ବ୍ୟକ୍ତିକୁ ଏପର୍ଯ୍ୟନ୍ତ ଧରିବାରେ ଅସଫଳ ରହିଛି ପୋଲିସ ପ୍ରଶାସନ। ସେ ସମୟରେ ଯେତେକ ପ୍ରଶାସନ ଅଧିକାରୀ ଥିଲେ ସେମାନେ ସମସ୍ତେ ବଦଳି ହେଇ ଗଲେଣି। ଗୋଟିଏ ପରେ ଗୋଟିଏ ନୂତନ ପୋଲିସ ଅଧିକାରୀ ଆସିଥିଲେ ମଧ୍ୟ ଏହାର କୌଣସି ଅତ୍ତାପତ୍ତା ପାଉ ନାହିଁ ପୋଲିସ ।ଘଟଣାର ପ୍ରକୃତ କାରଣ ଏବଂ କେଉଁମାନେ ଏଥିରେ ସଂଶ୍ଲିଷ୍ଟ ଅଛନ୍ତି ତାହାର ସତ୍ୟାସତ୍ୟ ଉନ୍ମୋଚନ କରିବା ପୋଲିସ ପାଇଁ ଚାଲେଞ୍ଜ ହୋଇଥିଲେ ମଧ୍ୟ ତିନି ମାସ ହେଲା ସମସ୍ତେ ବଦଳି ଯାଇଛନ୍ତି । ଡିଜି ଓ ଡ଼ିଆଇଜି ଙ୍କ ଦ୍ୱାରାସ୍ତ ହେଇଥିଲେ ନାଗଭୁସନ। ନାଗଭୁସନ ଙ୍କ ଘରଠୁ ୮କିଲୋମିଟର ଦୁରତାରେ ରହିଛି ଏକ ଘରୋଇ ସ୍କୁଲ ହେଲେ ନାଗଭୁସନ ର ପୁଅ ଝିଅ ଯିବା ପାଇଁ ଭୟଭିତ ହେଉଛନ୍ତି । କାରଣ କିଏ କେତେବେଳେ ଆମକୁ ଉଠାଇ ନେଇ ମାରିଦେବେ ବୋଲି ନାଗଭୂଷଣ ମାଁ ପ୍ରଭାବତୀ ବାବା ଓ ସ୍ତ୍ରୀ ସନ୍ଧ୍ୟାରାଣୀ କହନ୍ତି।ଅତାବିରା ଥାନା ଅଧିକାରୀ ପୁରୁଷୋତ୍ତମ ଭୋଇ ନାଗଭୁସନ ଙ୍କ ଘରକୁ ଯାଇ ତୁମେ କେବଳ ଗଣ ମାଧ୍ୟମକୁ ଅର୍ଥ ଖବର ପ୍ରକାଶିତ କରୁଛ ବୋଲି ପରିବାରକୁ ଧମକ ମଧ୍ୟ ଦେଇଥିବାର ପରିବାର ପକ୍ଷରୁ ଅଭିଯୋଗ କରିଛନ୍ତି । ଜଣକୁ ସୁରକ୍ଷା ନଦେଇ ଧମକ ଦେଉଛି ପୋଲିସ ବୋଲି ଅଞ୍ଚଳରେ ଚର୍ଚ୍ଚା ହୋଇପଡିଛି। ଘଟଣା ଘଟିବା ପରେ ନାଗଭୁସନ ସୁରକ୍ଷା ମାଗିଥିଲେ।ହେଲେ ପୂର୍ବତନ ଏସପି,ଡ଼ିଏସପି ତୁମେ ଭୟ କରିବାର କିଛି ନାହିଁ ତୁମକୁ ସମ୍ପୁର୍ଣ୍ଣ ସୁରକ୍ଷା ଦିଆ ଯାଇଥିଲା । ଅଳ୍ପ ଦିନ ପରେ ସୁରକ୍ଷା କର୍ମୀ ନାଗଭୁସନ ଙ୍କ ଘରକୁ ଯିବା ଛାଡି ଦେଇଛନ୍ତି।ଫଳରେ ନାଗଭୁସନ ଓ ତାଙ୍କ ପରିବାର ଏବେ ବି ଭୟଭିତ ଅବସ୍ଥାରେ ରହିଛନ୍ତି। ଅପର ପକ୍ଷରେ ଘଟଣାରେ ଦୁଇ ଆଖି ହରାଇ ଆହତ ହୋଇଥିବା ଚାଷୀ ନାଗଭୁସନ ଚିକିତ୍ସା ପାଇଁ ୮ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି ।ପୋଲିସ ସୁରକ୍ଷା କର୍ମୀ ପ୍ରତ୍ୟାହାର କରି ନେଇଥିବାରୁ ଏବେ ସନ୍ଧ୍ୟା ୫ଟା ହେଇଯିବା କ୍ଷଣି ନାଗଭୁସନ ଙ୍କ ପରିବାର ଲୁଚି ରହୁଛନ୍ତି। ନାଗଭୁସନ ଙ୍କ ପାଇଁ ପର୍ଵ ପର୍ବାଣୀ ଓ ବିବାହ ଭୋଜିଭାତ ସବୁ ତୁଚ୍ଛ ହୋଇ ଯାଇଛି ।

ବରଗଡ଼ରୁ ନବୀନ ଦାଶ ଙ୍କ ରିପୋର୍ଟ