ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର
ବେଗୁନିଆ---- ବେଗୁନିଆ ବ୍ଲକ ଅନ୍ତର୍ଗତ ଶୀମୋର ଠାରେ ଏକ କାର ଧକ୍କାରେ ଜଣେ ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ନିଆଯାଇଛି । ସୂଚନାରୁ ପ୍ରକାଶ ଯେ ବାଘମାରୀ –କଂଟିଲୋ ୪୮ ନମ୍ବର ଜାତୀୟ ରାଜପଥର ଶୀମୋର ଗ୍ରାମର ବଜାରରୁ ଚକ୍ରଧର ଚମ୍ପତି ନିଜ ବାଇକରେ ଯୋଗେ ଘରକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା କାରଟି କୁଞବିହାରୀଦେବ ଉଚ୍ଚ ବିଦ୍ୟାଳୟ ଆଗରେ ଧକ୍କା ଦେଇଥିଲା । ଫଳରେ ବାଇକ ଚାଳକ ଗୁରୁତର ଆହତହୋଇଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ । କିନ୍ତୁ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଖବର ପାଇ ପୋଲିସ ତଦନ୍ତ ଜାରି ରଖିଛି ।
ବେକୁନିଆରୁ ଯୋଗେଶ୍ୱର ପଣ୍ଡା
ବେକୁନିଆରୁ ଯୋଗେଶ୍ୱର ପଣ୍ଡା