Breaking News

ପାଞ୍ଚ ଫୁଟ ଲମ୍ବାର ନାଗ ସାପ ଉଦ୍ଦାର

 ଡେଲାଙ୍ଗ-- ଡେଲାଙ୍ଗ ବ୍ଳକରେ ବିଶେଷ କରି ବିଷାକ୍ତ ନାଗ ସାପ ଗୁଡିକ ଖାଦ୍ୟ ଅନ୍ୱେଷନ୍ନରେ ଘରେ ପଶୁଥିବାର ଜଣାପଡିଛି  । ଜଗଦଳପୁର ଗ୍ରାମର  ପଦ୍ମଚରଣ ପରିଡାଙ୍କ ଘରେ ଏକ ନାଗସାପ ପଶିବା ସହ ବହୁ ସମୟ ଧରି ରହିଥିଲା  । ପରିବାର ଲୋକମାନେ ସାପଟିକୁ ବାହାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସାପଟି ଲୋକମାନଙ୍କ ପାଟିତୁଣ୍ଡ ଶୁଣି ଭୟରେ ଘରେ ମଧ୍ୟରେ ଥିବା ଆସବାପତ୍ର ମଧ୍ୟରେ ଲୁଚି ରହିଥିଲା  । ଶେଷରେ ଥେଣ୍ଟଣା ଗ୍ରାମର  ସାପ ଧରାଳି ସନ୍ତୋଷ ନାୟକଙ୍କୁ ଖବର ଦିଆଯାଇଥିଲା  । ଖବର ପାଇ ସନ୍ତୋଷ ପାଞ୍ଚଫୁଟ ଲମ୍ବାର ନାଗ ସାପଟିକୁ ଧରି ପାଖ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
 D Senapati
Delang 

Blog Archive

Popular Posts