 |
Baragarh |
ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ସ୍ଥିତ ସରକାରୀ ଡାକ୍ତରଖାନା ସଙ୍କଟ ମୋଚନ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଶ୍ରୀମଦ ଭାଗବତ ସପ୍ତାହ ପାରାୟଣ ଉଦଯାପିତ ହୋଇଯାଇଛି । ଶ୍ରୀ ରାମ ବାବା ମଠ ଠାରୁ କଳସ ଯାତ୍ରା ଆରମ୍ଭ ହୋଇ ହନୁମାନ ମନ୍ଦିର ଠାରେ ସ୍ଥାପନ ପରେ ପୂଜାର୍ଚ୍ଚନା ହେବା ସହ ଭାଗବତ ପାଠ ଆରମ୍ଭ ହୋଇଥିଲା। ଏହି ଅବସରରେ ମୁଖ୍ୟ ପୂଜକ ତଥା ଭାଗବତ ବ୍ୟାସ ନିରଞ୍ଜନ ପାଣିଗ୍ରାହୀ ରହିଥିବାବେଳେ ତାଙ୍କ ସହଯୋଗୀ ପିକେଶ ପୁରୋହିତ, ଗୌରୀ ଶଙ୍କର ଶତପଥୀ,ମଣ୍ଟୁ ଦାସ,ରବୀନ୍ଦ୍ର ପଧାନ,କିଶୋର ମେହେର,ଭଗବାନ ମେହେର ରହିଥିଲେ । କର୍ତ୍ତା ଆସନରେ ଆନନ୍ଦ କୁମାର ଗୁପ୍ତା ଓ ତାଙ୍କ ପତ୍ନୀ ଜାନକୀ ଗୁପ୍ତା ରହିଥିଲେ।ଏହି ପାରାୟଣର ପୂର୍ଣ୍ଣାହୁତି ଅବସରରେ ସାତ ଦିନ ଧରି ଏହି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷ ଦିବସରେ ଆଜି ଉଦ୍ଧବ ମାଧବ ସମ୍ବାଦ,କୃଷ୍ଣ ଦେହତ୍ୟାଗ ସହ ପୂର୍ଣ୍ଣାହୁତି ହେଉଛି।ସେହିପରି ସହଯୋଗୀ ଭାବରେ ସଙ୍କଟ ହନୁମାନ ମନ୍ଦିର କମିଟି ରହିଥିଲେ।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ