Breaking News

ଶ୍ରୀରାମ ଚରିତ ମାନସ ପାରାୟଣ ଯଜ୍ଞର ପୂର୍ଣ୍ଣାହୁତି

 ସାକ୍ଷୀଗୋପାଳ---------ସତ୍ୟବାଦୀ ବ୍ଳକର ବଳରାମପୁରଗଡ ଗ୍ରାମ ପଞ୍ଚାୟତର ଶ୍ରୀରାମ ବଜାର ସ୍ଥିତ ମହାବୀରି ମନ୍ଦିର ପ୍ରାଙ୍ଗଣରେ  ୧୫ ତାରିଖରୁ ଆରମ୍ଭ ହୋଇଥିବା ୩୪ତମ ରାମ ପରାୟଣ ଓ ଯଜ୍ଞର ଶନିବାର ପୂର୍ଣ୍ଣାହୂତି ହୋଇଯାଇଛି । ଏହି ଅବସରରେ ପ୍ରତିଦିନ ସଂଧ୍ୟାରେ ଏକ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ହୋଇଥିଲା  ।  ପୂର୍ଣ୍ଣାହୂତି ଦେଖିବା ସହିତ ଅନ୍ନଚଡୁ ପାଇବା ପାଇଁ ଆଖ ପାଖ ପୁରୁଷ ମହିଳା ମାନଙ୍କର ଗହଳି ଲାଗିଥିଲା  । ବୁଢ଼ାକେରା ଗ୍ରାମବାସୀ ମାନେ ପ୍ରତିଦିନ ପ୍ରଭୁ ଶ୍ରୀରାମଙ୍କ କଥାମୃତ ବକ୍ତା ମାନଙ୍କ ଠାରୁ ଶୁଣିଥିଲେ  । ଏହି ଯଜ୍ଞରେ ଶ୍ରୀକାନ୍ତ ଦାସ ଓ ବୀଣାପାଣି ଦାସ କର୍ତ୍ତୀ ଭାବେ କାର୍ଯ୍ୟ ସମାପନ୍ନ କରିଥିଲେ  । ଚିତ୍ତ ରଞ୍ଜନ ନନ୍ଦ, ବାଇଧର ନନ୍ଦ, ବାବୁଲି ନନ୍ଦ ପ୍ରମୁଖ ଯଜ୍ଞରେ ଆହୂତି ପ୍ରଦାନ କରିଥିଲେ  । ଶ୍ରୀରାମ ବଜାରର ସଭାପତି ଶ୍ରୀଧର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟ ସଦସ୍ୟ ଓ ଆଖ ପାଖର ଗ୍ରାମବାସୀ ମାନେ ସହଯୋଗ କରିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts