 |
Sakhigopal |
ସାକ୍ଷୀଗୋପାଳ----ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ପ୍ରାର୍ଥୀ ପାଇଁ ବୁଧବାର ଭୋଟ ଗ୍ରହଣ କରାଯାଇଥିଲା । ବ୍ଲକ ପରିସରରେ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗଣତି ଆରମ୍ଭ ହୋଇ ଯାଇଛି । ବର୍ତ୍ତମାନ ସୁଦ୍ଧା ଶେଷ ଗଣତି ଅନୁଯାୟୀ ବିଜେଡି ସମର୍ଥକ ପ୍ରସନ୍ନ କୁମାର ଷଡଙ୍ଗୀ ୯୧୫ ଖଣ୍ଡ ଭୋଟ ଅଧିକ ପାଇଁ ବିଜୟୀ ହୋଇଥିବା ଜଣାପଡିଛି । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନେତୃତ୍ୱରେ ବ୍ଳକ ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରି, ଧୁବ ଚରଣ ଦାଶ , ୩୧ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦେବାଶିଷ ରାଏ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର ପ୍ରଧାନ, ମହୁଭରା ସରପଞ୍ଚ ନିରଞ୍ଜନ ମହାରୀ, ନରେନ୍ଦ୍ରପୁର ସମିତି ସଭ୍ୟ ପ୍ରଶାନ୍ତ କୁମାର ମହାପାତ୍ର,ଶୁକ୍ଳ ସମିତି ସଭ୍ୟ ଜଳନ୍ଧର ସେଠୀ , ମୂଳଅଳସା ସମିତି ସଭ୍ୟଙ୍କ ପ୍ରତିନିଧି ସ୍ବାଧୀନ କୁମାର ଜେନା, ଆତ୍ମର ଅଧ୍ୟକ୍ଷ ବେବିଲାଲ ମିଶ୍ର, ବିଜେଡି ଦଳର ଯୁବକର୍ମୀ ରାମଚନ୍ଦ୍ର ମହାନ୍ତି, ଯଯାତି କେଶରୀ ରାୟ , ମହମ୍ମଦ ଝିକିରୀ, କାର୍ତ୍ତିକ ବେହେରା, ଓ ଉକ୍ତ ପଞ୍ଚାୟତର ସ୍ବଗତ ସରପଞ୍ଚଙ୍କ ସହଧର୍ମିଣୀ ଦୀପା ବେହେରା,ଯଶ୍ମନୀ ବେହେରା, ଲଲିତ ମୋହନ ନାଏକ ଓ ୩୩ନଂ ଜୋନର ଯୁବ ବିଜେଡ଼ି ନେତା ଶରତ କୁମାର ରାଉତରାୟ ପ୍ରମୁଖ ନିର୍ବାଚନ ପ୍ରଚାର ମଙ୍ଗ ଧରିଥିଲେ । ମାତ୍ର ଏହି ବିଜୟର ପଛଦପଟେ ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା, ଦୁଗଲ ସରପଞ୍ଚ ପ୍ରକାଶ ଖଟୋଇ ଓ ଯୁବନେତା ସୁରେଶ କୁମାର ସାହୁ ରହିଥିଲେ । ବିଜୟୀ ପ୍ରାର୍ଥୀ ପ୍ରସନ୍ନ କୁମାର ଷଢ଼ଙ୍ଗୀ ବିଜୟୀ ହେବାପରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଓ ତାଙ୍କ ନିର୍ବାଚନରେ ସହଯୋଗ କରିଥିବା ଜନପ୍ରତିନିଧି ଓ ସହଯୋଗୀ ମାନଙ୍କ ସହ ଏକ ମଟର ସାଇକେଲ ସହିତ ରୋଡ ଶୋ କରିଛନ୍ତି । ବୀରରାମଚନ୍ଦ୍ରପୁର ଗ୍ରାମର ଠାକୁର ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରିବା ସହ ସାକ୍ଷୀଗୋପିନାଥଙ୍କୁ ପୂଜାର୍ଚ୍ଚନା କରିଥିଲେ ।