ସରପଞ୍ଚ ଉପନିର୍ବାଚନ; ପ୍ରଚାର ମଇଦାନରେ ପଞ୍ଚାୟତ ପ୍ରତିନିଧି
ସାକ୍ଷୀଗୋପାଳ------ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କର ଅକାଳ ମୃତ୍ୟୁ ପରେ ସରପଞ୍ଚ ପଦବୀ ଖାଲି ପଡିଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ପାଇଁ ଉପନିର୍ବାଚନ କରାଯାଉଛି । ଏଥିରେ ୪ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଳାଇଛନ୍ତି । ୨୭ ତାରିଖରେ ନିର୍ବାଚନ କରାଯିବ । ଅନ୍ୟପକ୍ଷେ ଉପନିର୍ବାଚନରେ ଉକ୍ତ ସରପଞ୍ଚ ପଦବୀ ଯେପରି ହେଉ ଦଳୀୟ ସମର୍ଥନ କରୁଥିବା ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଧାୟକଙ୍କ ନିର୍ଦ୍ଦେଶ ରହିଛି । ସେଥିଯୋଗୁ ଶନିବାର ଦିନ ପ୍ରଚାର ମଇଦାନରେ ପଞ୍ଚାୟତ ପ୍ରତିନିଧି ମାନେ ସାମିଲ ହୋଇ ଘରକୁ ଘର ପ୍ରଚାରକୁ ଯୋରସୋର କରିଛନ୍ତି । ଏହି ପ୍ରଚାରରେ ଜିଲ୍ଲା ପରିଷଦସଭ୍ୟ ଧୁବ ଚରଣ ଦାଶ, ପ୍ରହଲ୍ଲାଦ ଘଟୁଆରୀ, ଜିଲ୍ଲା ପରିଷଦସଙ୍କ ପ୍ରତିନିଧି ଦେବାଶିଷ ରାୟ, ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର ପ୍ରଧାନ, ବ୍ଳକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ. ବ୍ଳକ ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ସମିତସଭ୍ୟ ପ୍ରଶାନ୍ତ ମହାପାତ୍ର, ଜଳନ୍ଦର ସେଠୀ, ସରପଞ୍ଚପ୍ରକାଶ ଖଟେଇ, ନିରଞ୍ଜନ ମହାରୀଙ୍କ ସହିତ ରାମଚନ୍ଦ୍ର ମହାନ୍ତି, ସ୍ୱାଧୀନ କୁମାର ଜେନା ପ୍ରମୁଖ ପ୍ରଚାରରେ ସାମିଲ ହୋଇଥିଲେ । ସରପଞ୍ଚ ପ୍ରାର୍ଥୀ ପ୍ରସନ୍ନ କୁମାର ଷଢ଼ଙ୍ଗୀଙ୍କୁ ଭୋଟ ଦେବା ପାଇଁ ପଞ୍ଚାୟତ ପ୍ରତିନିଧି ମାନେ ଆଜି ଘରକୁ ଘର ବୁଲି ପ୍ରଚାରକୁ ଯୋରସୋର କରିଥିବାର ଦେଖାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି