 |
sakhigopal |
ସାକ୍ଷୀଗୋପାଳ ----ସାକ୍ଷୀଗୋପିନାଥ ମନ୍ଦିରରେ ଦେବ ଦୀପାବଳି ପର୍ବ ପରମ୍ପରା କ୍ରମେ ବୁଧବାର ପାଳିତ ହୋଇଯାଇଛି । ଶ୍ରଦ୍ଧାଳୁମାନେ ସନ୍ଧ୍ୟାରେ ମନ୍ଦିରକୁ ଆସି ଠାକୁରଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥିଲେ । ଆଜି ଦେବ ଦୀପାବଳିର ଶେଷ ଦିବସ ଅବସରରେ ଶ୍ରଦ୍ଧାଳୁମାନେ ଠାକୁରଙ୍କ ପିତୃ ପୁରୁଷଙ୍କୁ ଦୀପଦାନ କରିଥିଲେ । ରଙ୍କ ମହାପାତ୍ର ମନ୍ଦିର ଚୁଡାକୁ ଉଠି ମହାଦୀପ ଜଳାଇ ଜଗତ କଲ୍ୟାଣ ପାଇଁ ଠାକୁରଙ୍କୁ ପ୍ରାର୍ଥନା କରିଥିଲେ । ସାକ୍ଷୀଗୋପାଳ ମନ୍ଦିର ପ୍ରଶାସନ ପକ୍ଷରୁ ଛାମୁ ମଶାଲ ସେବକ ଓ ପାଳିଆ ମାଳି ସେବକ ମାନେ ମନ୍ଦିର ସିଂହଦ୍ୱାର, ଅରୁଣସମ୍ଭ, ଗରୁଡସମ୍ଭ, ମଦନମୋହନ ମନ୍ଦିର, ନୃସିଂହ, ସୁର୍ଯ୍ୟମନ୍ଦିର, ଗଣେଶ, ନବଗ୍ରହ, ତୁଳସି ଚଉରା, ରାମ ଲକ୍ଷ୍ମଣ ମନ୍ଦିର, ଅଲଗଡ ମହାବୀର ଆଦି ପାର୍ଶ୍ୱ ଦେବାଦେବୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ସେବାୟତସଂଘ କାର୍ଯ୍ୟାଳୟ ଓ ଯାଗାଘରେ ଧାଡି ଧାଡି ଦୀପ ଜଳୁଥିବା ଦେଖାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି