Breaking News

ଡେଲାଙ୍ଗ ବ୍ଳକ ସ୍ତରୀୟ୨୪ତମ ବିଜ୍ଞାନ ମେଳା

ଡେଲାଙ୍ଗ -----ପୁରୀ ଜିଲ୍ଲାର ଡେଲାଙ୍ଗବ୍ଳକର ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ୨୪ ତମ ବିଜ୍ଞାନ ମେଳା ଉଦ୍ଯାପିତ ହୋଇଯାଇଛି । ବ୍ଳକର  ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ୧୪୮ ଟି ଓ ହାଇସ୍କୁଲ ସ୍ତରୀୟ ୨୯ଟି ଗଣିତ, ବିଜ୍ଞାନ ଓ ପରିବେଶ ଉପରେ ୧୭୭ଟି ପ୍ରକଳ୍ପ ପ୍ରଦର୍ଶୀତ ହୋଇଥିଲା  । ଜିଲ୍ଲା ସ୍ତରରେ ୧୯ଟି ପ୍ରକଳ୍ପ ଯିବା ପାଇଁ ମନେନୀତ ହୋଇଥିବା ବିଜ୍ଞାନ ସଂସଦର ସମ୍ପାଦକ ଉମେଶ ଚନ୍ଦ୍ର ଦାସଙ୍କ ଠାରୁ ପ୍ରକାଶ  । ବିଜ୍ଞାନ ମେଳାକୁ ଡେଲାଙ୍ଗ ବ୍ଳକ ବିଡିଓ କ୍ଷରୋଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ନାଇଡୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ୱରର ଏ. ପଦ୍ମଜା ନାଇଡୁ, ମଣ୍ଡଳ ଶିକ୍ଷା ଅଧିକାରୀ ନିରଞ୍ଜନ ପାତ୍ର, ବିଜ୍ଞାନ ପର୍ଯ୍ୟବେକ୍ଷକ ରବିନ୍ଦ୍ର ନାଥ ସ୍ୱାଇଁ, ମଣ୍ଡଳ ସହ ଶିକ୍ଷା ଅଧିକାରୀ ରବିନାରାୟଣ ମହାପାତ୍ର, ଶରତ କୁମାର ମିଶ୍ର, ଯୁଧିଷ୍ଠିର ପରିଡାଙ୍କ ସହ ପୂର୍ବତନ ସହ ଶିକ୍ଷା ଅଧିକାରୀ ଶ୍ୟାମ ସୁନ୍ଦର ଦାସ, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମିନତି ବେହେରା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ  । ସେହିପରି ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦୀପ ମହାରଥୀ ଯୋଗଦେଇ ଆଜିର ଦିନରେ ବିଜ୍ଞାନ ଆମର ସବୁକିଛି ହୋଇଯାଇଛି । ଏହି କୁନି କୁନି ବୈଜ୍ଞାନିକ ମାନେ କାଲି ଆମର ବଡ ବୈଜ୍ଞାନିକ ନ ହେବେ ବୋଲି କେହି କହି ପାରିବେ ନାହିଁ ବୋଲି ମତ ପ୍ରକାଶ କରିଥିଲେ  । ସକାଳୁ ମଣିଷ ଉଠିବା ଠାରୁ ଶୋଇବା ପର୍ଯ୍ୟନ୍ତ ବିଜ୍ଞାନ ସହିତ ଜଡିତ ହୋଇ ଆମକୁ ଚଳିବାକୁ ପଡୁଛି ବୋଲି ମୁଖ୍ୟଅତିଥି ଶ୍ରୀ ମହାରଥୀ କହିଥିଲେ  ।   ସମବାୟବିତ୍ତ ବୈରାଗୀ ଜେନା, ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,  ପିପିଲି ବ୍ଳକର ଆତ୍ମାର ସଭାପତି ଧରଣୀଧର ସାହୁ, ଆଇନଜୀବୀ ଶ୍ରୀଧର ପ୍ରଧାନ,  ଉପାଧ୍ୟକ୍ଷାଙ୍କ ପ୍ରତିନିଧି କବିନ୍ଦ୍ର ବଳବନ୍ତରାୟ, ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ମଳୟ ମହାନ୍ତି, ପୁଷଞ୍ଜଳି ସମାଲ ପୂର୍ବତନ ମଣ୍ଡଳ ଶିକ୍ଷାଅଧିକାରୀ ସଚ୍ଚିଦାନନ୍ଦ ପ୍ରଧାନ, ବିଜ୍ଞାନ ସଂସଦର ସହ ସମ୍ପାଦକ ପବିତ୍ର ମୋନ ଜେନା, ବିଦ୍ୟାଳୟ ପରିଚାଳନା କମିଟିରସଭାପତି ପ୍ରମୋଦ ପ୍ରଧାନ, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ତ୍ରିପାଠୀ ପ୍ରମୁଖ ଯୋଗଦେଇ ବିଜ୍ଞାନର ଅଗ୍ରଗତି ସମ୍ପର୍କେ କହିଥିଲେ  । ମଣ୍ଡଳ ଶିକ୍ଷା ଅଧିକାରୀ ନିରଞ୍ଜନ ପାତ୍ର ଉଦ୍ଯାପନୀ ଉତ୍ସବରେ ସଭାପତିତ୍ୱ କରିଥିଲେ  । ସିଆରସିସି ଅମରେନ୍ଦ୍ର ପ୍ରଧାନ, ପବିତ୍ର କୁମାର ପଣ୍ଡା, ଦୀଲିପ କୁମାର ନାୟକ, ତପନ କୁମାର ମଲିକ, ବିକ୍ରମ କୁମାର ପାତ୍ର, ଅଭିମନ୍ୟୁ ପ୍ରଧାନ, କୃତିବାସ ପରିଡା, ପ୍ରଫୁଲ ଦାସ, ପ୍ରଦୀପ ବଳିୟାରସିଂ, ବସନ୍ତ କୁମାର ସେଠୀ, ଲୋକନାଥ ପ୍ରଧାନ, ଦୁର୍ଯ୍ୟେଧନ ପ୍ରଧାନ, ହରିହର ରଥ, କୌଳାସ ଚନ୍ଦ୍ର ସ୍ୱାଇଁ, ସନାତନ ସ୍ୱାଇଁ ବିଜ୍ଞାନ ମେଳା ପରିଚାଳନା କରିଥିଲେ  । ସେହିପରି ଜର୍ଜ ଭାବେ ରତ୍ନାକର ସାହୁ, ବିଜୟ କୁମାର ଜେନା ଯୋଗଦେଇଥିଲେ  । ଶିକ୍ଷୟତ୍ରୀ କାଦମ୍ବିନି ଦାସ, ସୁଭଶ୍ରୀ ପିୟଦର୍ଶନୀ ମିଶ୍ର, ରଶ୍ମିତା ମିଶ୍ର, ପୂଜାଶ୍ରୀ ମାଛି, ସସ୍ମିତା ପଣ୍ଡା, ହରିଶ୍ଚନ୍ଦ୍ର ପଣ୍ଡା, ଶିକ୍ଷକ ନଟବର ସେଠୀ, ଦେବେନ୍ଦ୍ର ମଲିକ, ରମେଶ ବଳବନ୍ତରାୟ, ପ୍ରମୋଦ କୁମାର ମିଶ୍ର, ପ୍ରଶାନ୍ତ ବିଶ୍ୱାଳ, ସୂର୍ଯ୍ୟନାରାୟଣ ସେଠୀ ଙ୍କ ସହିତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଗାଇଡି ଶିକ୍ଷକ ଶିକ୍ଷୟତ୍ରୀ ମକାନେ ସହଯୋଗ କରିଥିଲେ  । ଶିକ୍ଷକ ଅଶୋକ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ  ।
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି 
 D Senapati
Delang

Blog Archive

Popular Posts