ପଦବୀ ନେବି ନାହିଁ କି ନିର୍ବାଚନ ଲଢିବି ନାହିଁ; ଡ଼ .ଦାମୋଦର ରାଉତ
ଭୁବନେଶ୍ୱର-----ମୋର ବୟସ ହେଲାଣି , ବୟସ କାରଣରୁ ଶାରୀରିକ ଅସୁସ୍ଥତା ଦେଖାଦେଲାଣି । ତେଣୁ ମୁଁ ଆଉ ନିର୍ବାଚନ ରାଜନୀତିରେ ଅଂଶଗ୍ରହଣ କରିବି ନାହିଁ । ମୁଁ ବିଜୁବାବୁଙ୍କ ଅନୁଗତ,ତାଙ୍କ ନୀତିଆଦର୍ଶରେ ଲୋକଙ୍କ ସେବା କରିବି । ମୁଁ ନବୀନ ପଟ୍ଟନାୟକଙ୍କ ବିରୋଧରେ ନୁହେଁ , ସରକାରୀ କଳ ଦୁର୍ନୀତି ବିରୋଧରେ । ମୋ ଛାତିରେ ବିଜୁବାବୁ ଆସ୍ଥାନ କରି ବସିଛନ୍ତି । ଯଦି ବିଜେଡି ବହିଷ୍କାର ଉଠାଏ ତେବେ ମୁଁ ପୁଣିଥରେ ଦଳରେ ରହିବି । ବିଜେଡିରେ ମିଶିଲେ ବି କୌଣସି ପଦବୀ ନେବି ନାହିଁ କି ନିର୍ବାଚନ ଲଢିବି ନାହିଁ ବୋଲି କହିଛନ୍ତି ଡ଼ .ଦାମୋଦର ରାଉତ ।
ଧୀରେନ୍ଦ୍ର ସେନାପତି