Breaking News

ଓଷ୍ଟା ମେଧା ବୃତ୍ତି ପରୀକ୍ଷା

ସାକ୍ଷୀଗୋପାଳ ---- ଓଡିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘଙ୍କ ଦ୍ୱାରା ପରିଚାଳିତ ୨୦୧୯-୨୦୨୦ଶିକ୍ଷା ବର୍ଷ ପାଇଁ ଓଷ୍ଟା ମେଧାବୃତ୍ତି ପରୀକ୍ଷା ରବିବାର ଦିନ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି  । ପୁରୀ  ଜିଲ୍ଲା  ଓଷ୍ଟାର ସମ୍ପାଦକ ତଥା ପରୀକ୍ଷା ପର୍ଯ୍ୟବେକ୍ଷକ ମହେନ୍ଦ୍ର କୁମାର ରଣସିଂହଙ୍କ ନେତୃତ୍ୱରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ସୁଚାର ରୂପେ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସତ୍ୟବାଦୀ ଦାଶଙ୍କ ତତ୍ୱାବଧାରକ ଭାବେ ପରୀକ୍ଷା କେନ୍ଦ୍ରର ଦାୟିତ୍ୱ ନେଇ ଶୃଙ୍ଖଳିତ ଭାବେ ପରୀକ୍ଷା ପରିଚାଳନା କରିଥିଲେ  । ପରୀକ୍ଷା କେନ୍ଦ୍ରରେ ପୁରୀ ଜି୍ଲ୍ଲାର ୫ଟି ବ୍ଳକ ଯଥା ସତ୍ୟବାଦୀ, କଣାସ, ଡେଲାଙ୍ଗ,ପିପିଲି ଓ ପୁରୀ ସଦରରୁ ୨୪୩ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ  । ପରୀକ୍ଷା ପରିଚାଳନା ନିରୀକ୍ଷକ ଭାବେ ବିଦ୍ୟାଳୟର ଶିକ୍ଷକ ବସନ୍ତ କୁମାର ସ୍ୱାଇଁ, ମୃତ୍ୟୁଞ୍ଜୟ ମହାପାତ୍ର, ଶକ୍ତିଧର ପାଟ୍ଟଶାଣୀ, ସନ୍ଦୀପ ତ୍ରିପାଠୀ, ଉମାକାନ୍ତ ମିଶ୍ର ତଥା ଜିଲ୍ଲା କାର୍ଯ୍ୟ କାରିଣୀର ସଭ୍ୟ ଦୁର୍ଗାଚରଣ ମିଶ୍ର,କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ମହାରଣା, ରମେଶ ଚନ୍ଦ୍ର ପତି ଓ ସତ୍ୟବାଦୀ ବ୍ଳକ ସମ୍ପାଦକ ଲିଙ୍ଗରାଜ ସାହୁ ପରୀକ୍ଷା ପରିଚାଳନା କରିଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
 D Senapati
Sakhigopal 

Blog Archive

Popular Posts