Breaking News

ସତ୍ୟବାଦୀରେ ମଦ୍ୟପ ଯୁବକଙ୍କର ଉନ୍ନତକାଣ୍ଡ

 ସାକ୍ଷୀଗୋପାଳ ----- ଜୟପୁର ଗ୍ରାମର ଦିଲ୍ଲୀପ ମିଶ୍ର ( ବାବୁ) ନିଶା ସେବନ କରି ଗୁରୁବାର ରାତିରେ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଶି  କାର୍ଯ୍ୟରତ ମେଡିକାଲ ଇନିଚାର୍ଯ୍ୟ ଡ. ଶୀମନ୍ତ ଦାସଙ୍କୁ ଦୁର୍ବ୍ୟହାର କରିଥିଲେ  ।  ଡାକ୍ତର ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଆଜି ସକାଳେ ସତ୍ୟବାଦୀ ପୋଲିସ ଶ୍ରୀ ମିଶ୍ରଙ୍କୁ ଗିରଫ  କରିଥିବା ଜଣାପଡିଛି । ସୁଚନା ଯୋଗ୍ୟ ଯେ ସତ୍ୟବାଦୀ ଥାନା ଅଞ୍ଚଳରେ ଦିନକୁ ଦିନ ଦେଶୀ ଓ ବିଦେଶୀ ମଦ ଖୋଲା ଖୋଲି ଭାବେ  ବିକ୍ରୟ କରାଯାଉଛି । ଏପରିକି ନା ବାକଳ ମାନେ ସରକାରୀ ମଦ ଦେକାନ ଓ ବିଅରବାରରେ ସେମାନଙ୍କୁ ମଦ ବିକ୍ରୟ କରାଯାଉଛି । ଯାହା ଫଳରେକି ସତ୍ୟବାଦୀରେ ନିଶା ସେବନକାରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି ବୋଲି ବୁଦ୍ଧିଜିବୀ ମାନେ କହୁଛନ୍ତି । କଲେଜ ରାସ୍ତା ଓ ଗ୍ରାମ୍ୟ ରାସ୍ତା କରରେ ମଦ ଦେକାନ ଥିବାରୁ ଯୁବକ ମାନେ ନିଶା ସେବନ କରିବା ପରେ ସେମାନ ନିଜର ହିତାହିତ ଜ୍ଞାନ ହରାଇ ବସୁଛନ୍ତି ବୋଲି ଅନେକ ଥର ଅଭିଯୋଗ ମାନ ହୋଇ ଆସୁଛି । ଏପରିକି ଏହି ରାସ୍ତାରେ ସଂଧ୍ୟାପରେ ଯୁବତୀ ମାନେ ଯିବାକୁ ଭୟ କରୁଛନ୍ତି । ତୁରନ୍ତ ଜିଲ୍ଲାପାଳ ଏ ଦିଗପ୍ରତି ନଜର ଦେବାକୁ ଦାବି ହେଉଛି  ।
 ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts