ମ୍ୟାଲେରିଆ ଜ୍ୱର ନିରାକରଣ ପାଇଁ ସଚେତନତା
ସାକ୍ଷୀଗୋପାଳ ----- ପୁରୀ ଜିଲ୍ଲାରେ ଅଳଗୁମ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ସହଯୋଗରେ ମ୍ୟାଲେରିଆ ଜ୍ୱର ର ନିରାକରଣ ପାଇଁ ପାଲା ମାଧ୍ୟମରେ ସଚେତନତା କରାଯାଉଛି । ଅଳଗୁମ ସ୍ଥିତ ମାଳିସାହି ଗ୍ରାମରେ ପାଲା ମାଧ୍ୟମରେ ଗ୍ରାମବାସୀଙ୍କୁ ଶନିବାର ଦିନ ସଚେତନତା କରାଯାଇଥିଲା । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗଇ ଦିଆଯାଇଛି । ମା୍ତ୍ର ଏହି କାର୍ଯ୍ୟକ୍ରମ ଦାୟତ୍ୱରେ ଥିବା ଅଧିକାରୀ ମାନଙ୍କର ଦେଖାନଥିଲା । ପାଲା ପରିବେଷଣ ସମୟରେ ଏକମାତ୍ର ଥିଲେ ଆଶାଦିଦି ମାନେ ଓ ଗ୍ରାମର କିଛି ପିଲା । ରମେଶ ଚନ୍ଦ୍ର ପଲେଇ, ଭାସ୍କର ସ୍ୱାଇଁ, ସୁଦର୍ଶନ ପରିଡା, ନିତିବ୍ରତ ରଥ, ସୁଦର୍ଶନ ପ୍ରଧାନ ଓ ଧ୍ୱଜ ବରାଳ ପାଲା ପରିବେଷଣ କରିଥିଲେ । ସୁଚନାଯୋଗ୍ୟ ଯେ ଜନସଚେତନତା ଯେତେିକି ଦିନ ହେବା କଥା ସେତିକି ଦିନ ବା ପ୍ରତି ପଞ୍ଚାୟତରେ କରା ନଯାଇ ନାମକୁ ମାତ୍ର କେତଟି ଗ୍ରାମରେ କରାଯାଇ ଆସିଥିବା ଅର୍ଥ ତୋଷରପାତ କରାଯାଉଛି ବୋଲି ଅଳଗୁମ ଉପସ୍ୱାସ୍ଥ୍ୟ କନ୍ଦ୍ରେର ଜଣେ କର୍ମଚାରୀ କହନ୍ତି । ତୁରନ୍ତ ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ନଜର ଦେବା ପାଇଁ ଜନସାଧାରଣରେ ଦାବି ହେଉଛି ।
ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି