ଅତାବିରା ବ୍ଲକରେ ସମ୍ବିଧାନ ଦିବସ ପାଳିତ
ବରଗଡ଼--- ବରଗଡ଼ ଜିଲ୍ଲା ଅତାବିରା ବ୍ଲକରେ ବିଡ଼ିଓ ପ୍ରଣବ କୁମାର ଚାନ୍ଦଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷା ରୀତା ସାହୁ ରହିଥିବାବେଳେ ଉପାଧ୍ୟକ୍ଷ , ବିବେକାନନ୍ଦ ଭୁୁୁଏ , ଡି ଡବ୍ଲୁ ଏ ଓ ଦୀପ୍ତିମନ୍ତ ଭୋଇ ପ୍ରମୁଖ ଯୋଗ ଦେଇଥିଲେ। ଉପସ୍ଥିତ ଥିବା ସମସ୍ତଙ୍କୁ ଦେଶ ଓ ଆଇନ କୁ ସମ୍ମାନ ଦେବା ସହ ଆବଶ୍ୟକ ସ୍ଥଳେ ଦେଶର ସେବା କରିବା ପାଇଁ ଶପଥ ପାଠ କରିଥିଲେ ।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ