ବସୁଦେବ କୁଟୁଭମ ସୋଆ ତରଫରୁ ବିଦେଶୀ ମା ଙ୍କ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ
କୋଣାର୍କ ----- ସୋଆ ତରଫରୁ ହେଉଥିବା ବସୁଦେବ କୁଟୁଭମ କାର୍ଯ୍ୟକ୍ରମ ରେ ଯୋଗଦେବାକୁ ଆସିଥିବା ୭ଟି ଦେଶରୁ ୩୨ଜଣ ବିଦେଶୀ ମା ମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବା ସହ ମନ୍ଦିର କାରୁକାର୍ଯ୍ୟ କୁ ଭର ପୁର ଉପଭୋଗ କରିଥିଲେ । ସାରାଦେଶ ଗୋଟିଏ ପରିବାର ସଂଦେଶ ନେଇ ମାଧୁରୀ ସହସ୍ର ସହସ୍ର ତରଫରୁ ଗୋଟିଏ ୪ଜଣ ଭାରତୀୟ ମା ୨୨ଟି ଦେଶ ବୁଲିଥିଲେ । କିନ୍ତୁ ଭାରତୀୟ ମା ମାନେ ଦେଖିବାକୁ ପାଇଲେ ଯେ ଏଇ ଦେଶ ମାନଙ୍କ ରେ ପରିବାର କହିଲେ କିଛି ନାହିଁ । ତେଣୁ ସେମାନେ ଏଥିରୁ ୭ଟି ଦେଶ ତଥା ନେପାଳ, ଜର୍ମାନୀ, ଜର୍ଜିଆ, ଇରାନ, ଉଜବେକିସ୍ତାନଓ କାଜାକିସ୍ତାନ ଭଳି ଦେଶରୁ ବତିଶ ଟି ମା ମାନଙ୍କୁ ଓଡିଶା ଭୁବନେଶ୍ୱର ର ର ପ୍ରତ୍ୟକ ପରିବାର ରେ ୨ ଜଣ ଙ୍କୁ ରଖାଯାଇଛି ।
ବିଦେଶୀ ମା ମାନେ ଏହି ସବୁ ପରିବାରେ ରହି ସ୍ନେହ ଶ୍ରଦ୍ଧା ରେ ବାନ୍ଧି ହୋଇଯିବା ସହ ପରିବାର ରହିବା ଦ୍ୱାରା କି ସୁଖ ଶାନ୍ତି ମିଳିଥାଏ ତାହା ଅନୁଭବ କରିଥିଲେ ବୋଲି ବିଦେଶୀ ମା ମାନେ ପ୍ରକାଶ କରିଥିଲେ ।
ଏପଟେ ସୋଆ ତରଫରୁ ୩୨ ଜଣ ବିଦେଶୀ ମା ମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରଦର୍ଶନ କରିଥିଲେ । ସୂର୍ଯ୍ୟ ମନ୍ଦିରର କରୁକାର୍ଯ୍ୟ ଉପଭୋଗ କରିବା ସହ ଓଡ଼ିଶାର ଦସ୍ତଶିଳ୍ପୀ ଜିନିଷ କିଣିବାର ଦେଖିବାକୁ ମିଳିଥିଲା ।