ବିନା ନୋଟିସରେ ଘର ଭାଙ୍ଗିବାକୁ ନେଇ ଅଭିଯୋଗ, ପ୍ରଶାସନ ନୀରବ
ହାଟଡିହି---- ଓରାଳି ଶାଳଣିଆଁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ବିଭାଗୀୟ ବା ଠିକାଦାର କୌଣସି ସୁଚନା ବା ନୋଟିସ ନଦେଇ ଜଣେ ବ୍ୟକ୍ତିଙ୍କ ଘରକୁ ଯୋର ଜବରଦସ୍ତ ଭାଙ୍ଗି ଦେବାନେଇ ଅଭିଯୋଗ ହୋଇଛି । ଏନେଇ ତହସିଲଦାରଙ୍କ ଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସବୁଠି ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେ ଅଭିଯୋଗ କରିଛନ୍ତି । ସୁଚନାଯୋଗ୍ୟ ଯେ ଓରାଳି ଗ୍ରାମର ବୀରବଲ୍ଲବ ସାହୁ ଓ ମମତା ସାହୁଙ୍କ ଅଭିଯୋଗ ଅନୁଯାଇ ଓରାଳି ଶାଳଣିଆଁ ରାସ୍ତା ପ୍ରସସ୍ଥି କରଣ କାର୍ଯ୍ୟ ଚାଲିଛି । ଏହି କାର୍ଯ୍ୟ ସମୟରେ ତାଙ୍କ ଘର ନିକଟରେ ସଙ୍କିର୍ଣ୍ଣତା ଦର୍ଶାଇ ରାଜସ୍ୱ ନିରୀକ୍ଷକ ବିନା ନୋଟିସ କି ବିନା କ୍ଷତିପୁରଣରେ ତାଙ୍କ ପଟ୍ଟାଭୁକ୍ତ ଜମିରେ ଥିବା ପକ୍କାଘରଟିକୁ ଭାଙ୍ଗି ଦେଇଥିଲେ । ସମ୍ମୁଖରେ ଅନ୍ୟ ଜଣଙ୍କର ଘର ରାସ୍ତାକୁ ମାଡିକି ଥିଲେବି ତାଙ୍କ ଘର ଭଙ୍ଗା ଗଲାନାହିଁ । ଆକ୍ରୋଶ ମୁଳକ ଭାବେ କେବଳ ମୋ ଘରକୁ ଭଙ୍ଗା ଯାଇଛି ବୋଲି ମମତା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସେ ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେବି କେହି ତାଙ୍କ ଗୁହାରି ଶୁଣୁ ନଥିବା ସେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ରାଜସ୍ୱ ନିରୀକ୍ଷକଙ୍କୁ ପଚାରିବାରେ ସେ ଗ୍ରାମବାସୀଙ୍କ ଉପସ୍ଥିତିରେ କେବଳ ମାପ କରିଥିଲେ । ଘର ଭଙ୍ଗା କଥା ସେ କହିପାରିବେ ନାହିଁ ବୋଲି କହିଛନ୍ତି । ଅନ୍ୟ ପକ୍ଷେ ମମତା କହିଛନ୍ତି ନ୍ୟାୟ ପାଇଁ ଆଇନର ସହାୟତା ନେବିି ବୋଲି କହିଛନ୍ତି ।
ହାଟଡିହିରୁ ବିକାଶ ବିଶ୍ୱାଳ
ହାଟଡିହିରୁ ବିକାଶ ବିଶ୍ୱାଳ