Breaking News

ସ୍ବଚ୍ଛ କୋଣାର୍କ ସବୁଜ କୋଣାର୍କ ବାର୍ତ୍ତା ନେଇ ଗଣ ଦୋୖଡ


 A ,maliki
konark 
 କୋଣାର୍କ----ଆସନ୍ତା ଡିସେମ୍ବର ୧ରୁ ୫ ପାଞ୍ଚ ଦିନଧରି ଆରମ୍ଭ ହେବ କୋଣାର୍କ ମହୋତ୍ସବ । ଦୀର୍ଘ ୩୦ ବର୍ଷ ଧରି କୋଣାର୍କ ମହୋତ୍ସବ ରାଜ୍ୟ ସରକାର ହାତ କୁ ନେଈଥିବା ବେଳେ ଏହି କାର୍ଯ୍ୟକ୍ରମକୁ ସ୍ବାଗତ କରିବା କୁ ଚଳିତ ଥର  ବସନ୍ତ ମଞ୍ଜରୀ ପାଠାଗାର .ପର୍ଯ୍ୟଟନ ବିଭାଗ ସହ ଏଲ.ଜି ଅନୁଷ୍ଠାନ ସାମିଲ ହୋଇଛନ୍ତି । ଡିସେମ୍ବର ୧ ତାରିଖ ସକାଳୁ ଏକ ବିଶାଳ ଗଣ ଦୌଡ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ କୋଣାର୍କ କୁ ସ୍ବଚ୍ଛ କୋଣାର୍କ ସବୁଜ କୋଣାର୍କ ବାର୍ତ୍ତା ନେଇ ଗଣ ଦୌଡ ଅନୁଷ୍ଟିତ ହେବ । ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୧୦୦୦ ରୁ  ଅଧିକ ଛାତ୍ର ଛାତ୍ରୀ ଯୁବ ପିଢୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏନେଇ ଏଲ.ଜି ର ଗୋପ ଡିଲର ନିରଞ୍ଜନ ସାହୁ .ରିଜୋନାଲମାର୍କେଟିଂ ମାନେଜର ଦେବାଶିଷ ମିଶ୍ର. ବସନ୍ତ ମଞ୍ଜରୀ ପାଠାଗାର ସଭାପତି ତ୍ରିବିକ୍ରମ ମହାପାତ୍ର.ସଂପାଦକ ରାମକ୍ରୁଷ୍ନ ମହାନ୍ତି ପ୍ରମୁକ ଯୋଗ ଦେଇଏକ ସମ୍ବାଦିକ ସମ୍ମିଳନୀରେ ଏହି ସୂଚନା  ଦେଇଛନ୍ତି । କୋଣାର୍କ ରୁ ସମସ୍ତ ଯୁବପିଢି ଏଥିରେ ସାମିଲ ହେବା ପାଇଁ ନିବେଦନ କରାଯାଇଛି ।
 କୋଣାର୍କ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts