ସମୁଦ୍ରରେ ଭାସିଯାଇ ଯୁବକ ମୃତ୍ୟୁ
କୋଣାର୍କ ----- ରବିବାର ଚନ୍ଦ୍ରଭାଗା ବେଳାଭୂମୀ ସମୁଦ୍ରରେ ସମୁଦ୍ର ସ୍ନାନ କରୁଥିବା ସମୟରେ ଜଣେ ଯୁବକ ସମୁଦ୍ରର ଜୁଆରରେ ଭାସିଯାଇ ପ୍ରାଣ ହରାଇଛନ୍ତି । ନିଆଳି ଥାନା ଅନ୍ତର୍ଗତ କୋରକୋର ଗ୍ରାମର ସୌରଜିତ ରାଉତ(୧୮ବର୍ଷ) ବୋଲି ଜଣାପଡିଛି । ସାଙ୍ଗମାନଙ୍କ ସହିତ ଭ୍ରମଣରେ ଆସି ଆଜି ଅପରାହ୍ନ ୨ଟାରେ ସମୁଦ୍ର ସ୍ନାନ କରୁଥିଲେ । ଏହି ସମୟରେ ସମୁଦ୍ର ଗ୍ରର୍ଭରୁ ଆସୁଥିବା ଉଚ୍ଚ ଜୁଆରରେ ସମୁଦ୍ର ଗର୍ଭକୁ ଚାଲିଯାଇଥିଲେ । ସୌରଜିତ ସମୁଦ୍ର ଗର୍ଭରେ ବୁଡି ଯାଉଥିବା ଦେଖି ଅନ୍ୟ ସାଥିମାନେ କୂଳକୁ ଆସି ପାଟି କରିବାରୁ ସ୍ଥାନୀୟ ବ୍ୟବସାୟୀ ଓ ସାଥିୀମାନେ କିଛି ସମୟ ପରେ ଉଧାର କରିଥିଲେ । ହେଲେ ସେତେବେଳକୁ ସୌରଜିତଙ୍କର ମୃତ୍ୟୁ ହୋଇଯାଇଥିଲା ଏ ସମ୍ପର୍କରେ ଚନ୍ଦ୍ରଭାଗା ମେରାଇନ ଥାନାରେ ୩/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ବ୍ୟବଛେଦ ନିମନ୍ତେ ମୃତ ଦେହକୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଚନ୍ଦ୍ରଭାଗା ସାମୁଦ୍ରିକ ଥାନାଧିକାରୀ ନୀଳିମା ପଟ୍ଟନାୟକ ସୂଚନା ଦେଇଛନ୍ତି । ଚନ୍ଦ୍ରଭାଗା ସମୁଦ୍ର ବେଳାଭୂମୀରେ ସମୁଦ୍ର ସ୍ନାନ ସମୟରେ ବାରମ୍ବାର ଏପରି ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଲାଇଫଗାର୍ଡ ମୁତୟନ କରାଯାଉନାହିଁ । ପର୍ଯ୍ୟଯନ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କରେ କୋଣାର୍କ ଉତ୍ସବ ଓ ଚନ୍ଦ୍ରଭାଗାର ସ୍ୱର୍ଣ୍ଣିମ ବେଳାଭୂମୀରେ ଆନ୍ତର୍ଜାତୀକ ବାଲୁକା କଳା ଉତ୍ସବ ଓ ଡିସେମ୍ବର ୧୪ରୁ ଯାନୁୟାରୀ ୧୪ ତାରିଖ ପର୍ଯ୍ୟନ୍ତ ଏକ ମାସ ଧରୀ କୋଣାର୍କ-ପୁରୀ ବେଳାମାର୍ଗରେ ମେରାଇନ ଡ୍ରାଇଭ ଉକୋ ରିଟ୍ରିଟ ଉତ୍ସବ ଅନୁଷ୍ଠିତ ହେବ । ଏହି ଉତ୍ସବର ଆରମ୍ବର ଏଭଳି ଅଘଟଣ ଶୁଭଙ୍କାରୀ ନୁହେଁ ବୋଲି ସ୍ଥାନୀୟ ବାସୀନ୍ଦା କହିଛନ୍ତି । ଏହି ସମୟରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ସମାଗମ ରହିବ । ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ସମୁଦ୍ର ସ୍ନାନ ସମୟରେ ସେମାନଙ୍କୁ ସୂରକ୍ଷା ଦେବା ପାଇଁ ତୁରନ୍ତ ଲାଇଫଗାର୍ଡ ମୁତୟନ କରିବା ପାଇଁ ସବୁ ମହଲରୁ ଦାବି କରାଯାଉଛି ।
କୋଣାର୍କରୁ ଅଜିତ କୁମାର ମଲିକ
କୋଣାର୍କରୁ ଅଜିତ କୁମାର ମଲିକ
Konark |