Breaking News

ଚନ୍ଦ୍ରମାଧମ ମିଶ୍ର ସ୍ମାରକୀ କ୍ରିକେଟ ମ୍ୟାଚ; ୩୦ରନରେ ତେରହଳ ବିଜୟୀ

 ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକର ବିଦ୍ୟାଧରପୁର ଗ୍ରାମ ପଡିଆରେ ମା ଚର୍ଚ୍ଚିକା କ୍ରୀଡା ଓ ସଂସ୍କୃତି ସଂଘର ସହଯୋଗରେ ଚନ୍ଦ୍ର ମାଧବ ସ୍ମାରକୀ କ୍ରିକେଟ ମ୍ୟାଚ  ଶନିବାର  ଥିଲା ମ୍ୟାଚର ଦଶମ ଦିବସ  । ତେରହଳ  କ୍ରିକେଟ କ୍ଳବ ସହିତ ବରାଳ  କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା  । ୩୦ରନରେ ତେରହଳ ବିଜୟୀ ହୋଇ  ଦୁତୀୟ ପର୍ଯ୍ୟାୟକୁ  ଉନ୍ନୀତ ହୋଇଥିବା ଜଣାପଡିଛି  । ତେରହଳ କ୍ରିକେଟ କ୍ଳବ  ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଦାରିତ ୧୫ ଓଭରରେ ୬ ଉଇକେଟ ହରାଇ ୧୪୪ରନ  କରିବାରେ ସକ୍ଷମ ହୋଇଥିଲେ  ।   ଜବାବରେ ବରାଳ କ୍ରିକେଟ ଦଳ ୧୩ ଓଭର ୪ ବଲରେ ସମସ୍ତ ଉଇକେଟ ହରାଇ ୧୧୪ ରନ ସଂଗ୍ରହ କରିଥିଲେ  । ତେରହଳ ବିଜୟୀ ଦଳର  ଲିଙ୍କନ ପ୍ରଧାନ ବ୍ୟକ୍ତିଗତ ଭାବେ ୭୦ ରନ କରିଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା  । ଭଗବାନ ବେହେରା ଓ ଗୌରାଙ୍ଗ ଷଣ୍ଢ   ମ୍ୟାଚ ପରିଚାଳନା କରିଥିଲେ  ।
  ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି 

Blog Archive

Popular Posts