Breaking News

ସତ୍ୟବାଦୀ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ; ପାଣି ସଞ୍ଚୟ କରିବା ପାଇଁ ଆହ୍ୱନା ଦେଲେ ବିଧାୟକ ଶ୍ରୀ ସମାନ୍ତରାୟ


 D Senapati
Sakhigopal 
ସାକ୍ଷୀଗୋପାଳ -----   ସତ୍ୟବାଦୀ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ସ୍ଥାନୀୟ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାନମେଳାକୁ ସତ୍ୟବାଦୀ ମଣ୍ଡଳ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତଆନୁଷ୍ଠାନିକ ଭାବେ  ଉଦ୍ଘାଟନ କରିଥିଲେ  । ବ୍ଳକର ପ୍ରାଥମିକ ସ୍ତରରୁ ଉଚ୍ଚ  ବିଦ୍ୟାଳୟ ଓ ବେସରକାରୀ ବିଦ୍ୟାଳୟରୁ ୧୪୫ଟି ପ୍ରକଳ୍ପ ସ୍ଥାନ ପାଇଥିଲା  । ବିଶେଷ କରି ସତ୍ୟବାଦୀ ହାଇସ୍କୁଲ ଓ ସତ୍ୟବାଦୀ ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ଗୁଡିକ ଅତି ଉଚ୍ଚ କୋଟୀର ହୋଇଥିଲା  ।  ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ୍ ପ୍ରଧାନ ଉଦ୍ଘାଟନ ଓ ଉଦ୍ ଯାପନ ସଭାରେ ଅଧ୍ୟକ୍ଷତା କରିଥିଲେ ।  ସତ୍ୟବାଦୀର ବିଧାୟକ ଉମାକାନ୍ତ ସମାନ୍ତରାୟ ବିଜ୍ଞାନମେଳାର ଉଦ୍ଯାପିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ଆଜିର ଦିନରେ ପାଣି ସଞ୍ଚୟ କରିବା ଜନସଚେତନତା ଆବଶ୍ୟକତା ରହିଛି , ନଚେତ ଆଗାମୀ ଦିନରେ ବହୁ ଅସୁବିଧାରେ ପଡିବା  ବୋଲି ଶ୍ରୀ ସମାନ୍ତରାୟ କହିଥିଲେ  ।  ସମ୍ମାନିତ ଅତିଥି ଭାବେ ଧାନବାଦ ଆଇ, ଆଇ,ଟିର ଅଧ୍ୟକ୍ଷ ପ୍ରଫେସର ଧନୁଷଧାରୀ ମିଶ୍ର, ଅବସର ପ୍ରାପ୍ତ ପ୍ରମୁଖ ବୈଜ୍ଞାନିକ ଭାରତୀୟ କୃଷି ଗବେଷଣାକେନ୍ଦ୍ର ଡ. ଦେବରାଜ ପଣ୍ଡା ଯୋଗଦେଇ ଆଜିର ବିଜ୍ଞାନ ଯୁକରେ ଆମେ ସବୁକିଚି ଜାଣିବା ସହ ସବୁ କିଛି ମଧ୍ୟ କରି ପାରୁଛେ । ମଣ୍ଡଳ ଶିକ୍ଷା ଅଧିକାରୀ ଧୁବ ଚରଣ ଜେନା, ସହ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ  ମିଶ୍ର, ଓ ତ୍ରିଲୋଚନ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ  । ଏହି ଅବସରରେ ସୁରଭି କାର୍ଯ୍ୟକ୍ରମରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ସୁନାମ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରଷ୍କାର ପ୍ରଦାନ କରାଯାଇଥିଲା  । ସେହିପିର ବିଜ୍ଞାନ ମେଳାକୁ ସଫଳତା ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା  । ସମସ୍ତ ସିଆରସିସି , ଗାଇଡ ଶିକ୍ଷକ. ସତ୍ୟବାଦୀ  ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , କର୍ମଚାରୀ ମାନେ ସହଯୋଗ କରିଥିଲେ  ।  ଶିକ୍ଷକ ନେତା ସୁକାନ୍ତ କୁମାର ମିଶ୍ର  ବିଜ୍ଞାନ ମେଳାର ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିବା ବେଳେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସତ୍ୟବାଦୀ ଦାଶ ସଭାରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ  ।  ଆଦର୍ଶ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବଷେଣ କରିଥିଲେ  । ଶିକ୍ଷକ ବିଜୟ କୁମାର ପରିଡା ଧନ୍ୟବାଦ ଦେଇଥିଲେ  । ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଉନ୍ନତି କରଣ ପାଇଁ ବିଧାୟକ ୨୦ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରିଥିବା ସମ୍ପର୍କରେ ଅନୁଷ୍ଠିତ ସଭାରେ ଘୋଷଣା କରିଥିଲେ  ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts