Breaking News

ବାଇକ୍ ଡିକି ଭାଙ୍ଗି ଅଢ଼େଇ ଲକ୍ଷ ଟଙ୍କା ଲୁଟ୍


ପିପିଲି- ପିପିଲି ବ୍ଲକ ସବରେଜିଷ୍ଟ୍ରାର ଅଫିସ ସାମ୍ନାରୁ ଶୁକ୍ରବାର  ୧୨ଟା ସମୟରେ ଦୁର୍ବୃତ୍ତମାନେ ବାଇକ୍ ଡିକି ଭାଙ୍ଗି ଅଢ଼େଇ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।ଏ ନେଇ ପିପିଲି ଥାନାରେ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ ପିପିଲି ବ୍ଲକ ତେଇଶିପୁର ପଞ୍ଚାୟତ ପୋଟଳ ଗ୍ରାମ ପାଟଣାସାହିର  ପ୍ରଦୀପ ବଡ଼େଇ ନିକଟସ୍ଥ ଦାଣ୍ଡମୁକୁନ୍ଦପୁର ଷ୍ଟେଟ ବ୍ୟାଙ୍କ ଶାଖାରୁ ଟଙ୍କା ଉଠାଇ ବାଇକ ଡିକିରେ ରଖି ଜମି ରେଜିଷ୍ଟ୍ରେଶନ ପାଇଁ ପିପିଲି ସବରେଜିଷ୍ଟ୍ରାର ଅଫିସ ଯାଇଥିଲେ।ସେଠାରେ ବାଇକ୍ ରଖି ନିକଟସ୍ଥ ଏକ ଦୋକାନକୁ ଯାଇଥିଲେ। ତେବେ ୫ ମିନିଟ ପରେ ସେଠାକୁ ଫେରି ଡିକି ଭଙ୍ଗାଯାଇଥିବା ଦେଖିଥିଲେ।ଡିକିରେ ଥିବା ଟଙ୍କା ଚେକ୍ ବୁକ ଜମି ବାଡି କାଗଜପତ୍ର ଥିବା ବ୍ଯାଗଟି ନ ଥିଲା। ତୁରନ୍ତ ଏ ନେଇ ପିପିଲି ଥାନାରେ ଅଭିଯୋଗ ସେ କରିଥିଲେ। ପିପିଲି ଥାନା ପକ୍ଷରୁ ସିସି ଟିଭି ଫୁଟେଜ ରୁ ଛାନ ଭିନ ତଦନ୍ତ କରାଯାଉଥିବା ଜଣାପଡିଛି । ସିସିଟିଭି ଫୁଟେଜ ରୁ କିଛି ସୁଚନା ପୋଲିସ ହାତରେ ଲାଗି ଥିବ ଜଣାପଡିଛି । ପିପିଲି ରୁ ବିଜୟ କୁମାର ମହାପାତ୍ର
 B mohapatra
pipili 

Blog Archive

Popular Posts