ବରଗଡ଼----- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଝିଲିମିଣ୍ଡା ପଞ୍ଚାୟତ ଅଧୀନରେ ଥିବା ପତ୍ରାପାଳିରୁ ଥୁଆପାଲି ଯିବା କେନାଲ ରାସ୍ତାରେ ପଦ୍ମାବତୀ ରାଇସ ମିଲ । ଦୀର୍ଘ ମାସ ହେବ କାମ କରି ଆସୁଥିବା ସିକୁରୀଟି ଗାର୍ଡଙ୍କ ଉପରେ ଚଡିଯାଇଛି ଟ୍ରକ । ତାଙ୍କର ମୃତ୍ୟୁ ହୋଇଯାଇଛି । ଭେଡେନ ଥାନା ଅନ୍ତର୍ଗତ କପାବାରୀ ର ଲାଲ ବାହାଦୂର ମିଶ୍ର(୪୫) ସେ ଆଜି ସକାଳ ୧୧ଘଣ୍ଟା ସମୟରେ ମିଲରେ କାର୍ଯ୍ୟରତ ଥିବା ସମୟରେ ମାପ ଓଜନ କଣ୍ଟା ପାଖରେ ଛିଡା ହୋଇ ଗାଡି ନମ୍ବର ଲେଖୁଥିଲେ ।ସେହି ସମୟରେ ଉକ୍ତ ଧାନ ବୋଝେଇ ଟ୍ରକ ତାଙ୍କ ଉପରେ ମାଡି ଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା।ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି । କିନ୍ତୁ ଆଠ ଘଣ୍ଟା ପରେ ବି ମୃତ ପରିବାରକୁ ଖବର ନ ଦିଆଯାଇଥିବାରୁ ଅଞ୍ଚଳରେ ଚାପ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ଉକ୍ତ ଘଟଣା ସ୍ଥଳରେ ଅତାବିରା ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଦୁର୍ଘଟଣା ଘଟାଇଥିବା ଗାଡି କୁ ଅଟକ ରଖି ତଦନ୍ତ ଜାରି ରଖିଛି। ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ
 |
Baragarh |