Breaking News

ଅଙ୍ଗାଳୋ ପଞ୍ଚାୟତରେ ସମିତି ସଭ୍ୟା ମମତା ସାମଲ ବିଜୟୀ

 ଯାଜପୁର--- ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ ଅଙ୍ଗାଳୋ ପଞ୍ଚାୟତର ସମିତି ସଭ୍ୟ ଉପ- ନିର୍ବାଚନର ଫଳାଫଳ ଗୁରୁବାର ପ୍ରକାଶ ପାଇଛି ।  ବିଜେଡି ସମର୍ଥିୀିତ ସମିତି ସଭ୍ୟା  ମମତା ସାମଲ ୭୮୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା  ବ୍ଳକ ନିର୍ବାଚନ ଅଧିକାରୀଙ୍କ ଠାରୁ ଜଣାପଡିଛି । ଏନେଇ ବିଜେଡି ଶିବିରରେ ଆନନ୍ଦ ଉଲ୍ଲାସ ଖେଳିଯାଇଛି । ଜଣାଯାଇଛି ଯେ  ଏହି ପଂଚାୟତରେ ସମିତି ସଭ୍ୟ ଉପ- ନିର୍ବାଚନ ପାଇଁ ବିଜେଡି ସମର୍ôଥତ ମମତା ସାମଲଙ୍କ ସହିତ ବିଜେପି ସମର୍ଥିତ ପ୍ରାର୍ଥୀ ପ୍ରଫୁଲ ସାମଲଙ୍କ ପ୍ରତିଦ୍ୱନ୍ଦିତା ହୋଇଥିଲା । ୫୯୯୩ ଜଣ ଭୋଟର ରହିଥିବା ବେଳେ  ୩୪୯୯ ଜଣ ଭୋଟର ବୁଧବାର ମତସାବ୍ୟସ୍ତ କରିଥିଲେ ।  ଗୁରବାର ବରୀ ବ୍ଲକ ପରିସରରେ ପୋଲିସର କଡା ସୁରକ୍ଷା ମଧ୍ୟରେ ଭୋଟ ଗଣତି ହୋଇଥିଲା । ଭୋଟ ଗଣତି ସକାଳ ୮ଟାରେ ଆରମ୍ଭ ହେବାକୁ ଥିଲାବେଳେ ପ୍ରାର୍ଥିଙ୍କ ପକ୍ଷରୁ କୈାଣସି ଏଜେଣ୍ଟ ଗଣତି କେନ୍ଦ୍ରରେ ଉପସ୍ଥିତ ନଥିଲେ । ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ୧ ଘଣ୍ଟା ଅପେକ୍ଷା କରିବା  ପରେ  ଗଣତି  ଆରମ୍ଭ ହୋଇଥିଲା । ଫଳାଫଳ ବିଡିଓ ଶୁଭଶ୍ରୀ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ବିଜେଡି ସମର୍ôଥତ ପ୍ରାର୍ଥିନୀ ମମତା ସାମଲ ୨୧୦୯ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ସମର୍ଥିତ ପ୍ରାର୍ଥି ପ୍ରଫୁଲ ସାମଲ ୧୩୨୧ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିରୁ ଟିକେଟ ନେଇ ସୁନନ୍ଦା ବରୀ ବିଧାନସଭା ଆସନରୁ ବିଜୟ ହୋଇ ବିଧାୟିକା ହେବା ପରେ ଉକ୍ତ ପଞ୍ଚାୟତରେ  ସମିତି ସଭ୍ୟ ପଦବୀ ଖାଲି ପଡିଥିଲା । ରାଜ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।
ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ

Blog Archive

Popular Posts