Breaking News

ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

ପୁରୀ - ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ବଲଵନ୍ତ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଖରିଫ ଋତୁ ପାଇଁ ଚଳିତ ବର୍ଷ 72ହଜାର 58 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଧାନ ସଂଗ୍ରହ ନିମନ୍ତେ ୧୮୪ ଟି ପ୍ରାଥମିକ କୃଷି ସମବାୟ ସମିତି ପଞ୍ଜିକରଣ କରିଛନ୍ତି। ଏପର୍ଯ୍ୟନ୍ତ  ୫୩ ହଜାର ୧୮୯ଜଣ କୃଷକ ଧାନ ବିକ୍ରିୟ ପାଇଁ ପଞ୍ଜିକରଣ କରିଥିବା ବେଳେ ୯୬ ପ୍ରତିଶତ କୃଷକମାନକ ଆଧାର ସଂଯୋଗ ହୋଇଛି । ଆସନ୍ତା ଡ଼ିସେମ୍ବର ୨୦ତାରିଖରୁ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଧାନ ସଂଗ୍ରହ ପ୍ରକ୍ରିୟା ଜାରିରହିବ। ବର୍ତ୍ତମାନ ପ୍ରତି କୁଇଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟତା ମୂଲ୍ୟ  ୧୮୧୫ଟଙ୍କା ରହିଛି। ଜିଲ୍ଲା ର  ୧୮୬୭ଜଣ ଭାଗ ଚାଷି ବିକ୍ରୟ ପ୍ରକ୍ରିୟା ରେ ସାମିଲ ହେବା ନିମନ୍ତେ ଚିହ୍ନଟ କରାଯାଇଛି। ସମସ୍ତ ଚାଷି ଯେପରି ଏହି ସଂଗ୍ରହ ପ୍ରକ୍ରିୟା ରେ ସାମିଲ ହୋଇ ଧାର୍ଯ୍ୟ ମୂଲ୍ୟପାଇବେ ଏଥି ନିମନ୍ତେ କାର୍ଯ୍ୟ ଧାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଧାନ ସଂଗ୍ରହ ପରେ ତୁରନ୍ତ ଚାଷୀମାନଙ୍କ ଆକାଉଣ୍ଟ କୁ ଅର୍ଥ  ର୍ପୈଠ ପ୍ରକ୍ରିୟା ଆରମ୍ଭ କରିବାକୁ ବୈଠକରେ ମତ ପ୍ରକାଶ ପାଇଛି। କୈାଣସି ମଧ୍ୟସ୍ଥି ମାଧ୍ୟମରେ ଧାନ ବିକ୍ରୟ ନକିରାବା ନିମନ୍ତେ ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତି ପଞ୍ଚାୟତରେ ସଚେତନତା ସୃଷ୍ଟି ପାଇଁ ପିପିଲି ବିଧାୟକ ଶ୍ରୀ ପ୍ରଦୀପ ମହାରଥୀ ପରାମର୍ଶ ଦେଇଥିଲେ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡଙ୍ଗୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ବିଶାଲ ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜ୍ୟୋତିର୍ମୟ ଦଳାଇ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ,ଯୋଗାଣ ଅଧିକାରୀ ଶ୍ରୀ ତୁଷାରକାନ୍ତି ଦେଓ, ସଂପ୍ତକ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts