Breaking News

ଚନ୍ଦ୍ରମାଧମ ମିଶ୍ର ସ୍ମାରକୀ କ୍ରିକେଟ ମ୍ୟାଚ; ଦକ୍ଷିଣସାହି ୨ରନରେ ବିଜୟୀ

 ସାକ୍ଷୀଗୋପାଳ------ ସତ୍ୟବାଦୀ ବ୍ଳକର ବିଦ୍ୟାଧରପୁର ଗ୍ରାମ ପଡିଆରେ ମା ଚର୍ଚ୍ଚିକା କ୍ରୀଡା ଓ ସଂସ୍କୃତି ସଂଘ ପକ୍ଷରୁ ବାର୍ଷିକ ଚନ୍ଦ୍ର ମାଧବ ସ୍ମାରକୀ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଛି  ।  ଲିଗ ମ୍ୟାଚରେ ଦକ୍ଷିଣ ସାହି୨ ରନରେ ମକୁନ୍ଦପୁର କ୍ରିକେଟ କ୍ଳବକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି ।  ଦକ୍ଷିଣସାହି କ୍ରିକେଟ କ୍ଳବ  ପ୍ରଥମେ ବ୍ୟାଟିଂ ନିର୍ଦ୍ଦାରିତ ୧୮ ଓଭରରେ ସମସ୍ତ ଉଇକେଟ ହରାଇ ୧୩୧ ରନ  କରିଥିଲେ । ଜବାବରେ ମକୁନ୍ଦପୁର୧୬ ଓଭରରେ ସମସ୍ତ ଉଇକେଟ  ହରାଇ ୧୨୯ ରନ ସଂଗ୍ରହ କରିଥିଲେ  । ବିଜୟୀ ଦଳର ସର୍ବଜିତି ମହାପାତ୍ରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା  । ସୁରେନ୍ଦ୍ର କୁମାର ସାହାଣୀ ଓ ରବିନ୍ଦ୍ର କୁମାର ପ୍ରଧାନ ଖେଳ ପରିଚାଳନା କରିଥିଲେ  ।  ଆସନ୍ତା କାଲି ପାରକେଣା ଓ ନିମାପଡା କ୍ରିକେଟ କ୍ଳବ ମଧ୍ୟରେ ଲିଗ ମ୍ୟଚ ଅନୁଷ୍ଠିତ ହେବ ବୋଲି ଜଣାପଡିଛି  ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts