ବିଜେଡିରେ ମିଶିଲେ କଂଗ୍ରେସ କର୍ମୀ
କୋଣାର୍କ---- କୋଣାର୍କ ଏନ୍ଏସିର ୧୩ନମ୍ବର ୱାର୍ଡର ଶତାଧିକ କଂଗ୍ରେସ କର୍ମୀ କାକଟପୁର ବିଧାୟକ ତଥା ରାଜ୍ୟ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଅସ୍ତରଙ୍ଗ ବ୍ଲକ୍ ଅଧ୍ୟକ୍ଷ ସ୍ୱାଧୀନ କୁମାର ନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ବେରୁହଁ ଗ୍ରାମର ମା’ ମଙ୍ଗଳାଙ୍କ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ମିଶ୍ରଣ ପର୍ବରେ କୋଣାର୍କ ଶରତ କୁମାର ସାହୁ(ଟୁଲିଆ)ଙ୍କ ନେତୃତ୍ୱରେ ବେରୁହଁ ଗ୍ରାମର ଅମରେଶ୍ୱର କାଣ୍ଡି, ପୂର୍ବତନ କାଉନସିଲର କେତି ଦେଇ, କପିଳ କାଣ୍ଡି, ଭାସ୍କର ମଳିକ, ହେମନ୍ତ କାଣ୍ଡି, ରମେଶଚନ୍ଦ୍ର କାଣ୍ଡି, ଲକ୍ଷ୍ମୀଧର କାଣ୍ଡି, ଜାନକୀ କାଣ୍ଡି, ଲକ୍ଷ୍ମୀଧର କାନୁନଗୋ ଓ ଲିଲିମା ମଳିକଙ୍କ ସମେତ ଶତାଧିକ ମହିଳା ଓ ପୁରୁଷଙ୍କୁ ଦଳୀୟ ଉପଢ଼ୌକନ ଦେଇ ବିଜେଡିରେ ଯୋଗ ଦେଇଥିବା ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ଏହି ମିଶ୍ରଣ ପର୍ବରେ କୋଣାର୍କ ନଗର ବିଜେଡି ସଭାପତି ଗୋପାଳଚନ୍ଦ୍ର ବେହେରାଙ୍କ ସହ ଭରତଚନ୍ଦ୍ର ନାୟକ, ରାଜକିଶୋର ମହାପାତ୍ର, ପଦ୍ମଚରଣ ବେଉରା, ପୂର୍ବତନ କାଉନସିଲର ପ୍ରତାପ ଗୋଚ୍ଛାୟତ, ତପନ ପଟ୍ଟନାୟକ, ବିଜୟ ଭୋଳ, ସଞ୍ଜୟ ରାଉତାରୟ, ସୁଶାନ୍ତ କୁମାର ବେଉରା ପ୍ରମୁଖ ଉପସ୍ଥିତ ଥିଲେ ।
ଅଜିତ କୁମାର ମଲିକ
ଅଜିତ କୁମାର ମଲିକ
![]() |
konark |