ବରୀ ମଣ୍ଡଳ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ-୨୦୧୯
ବରୀ ----ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ କୃପାସିନ୍ଧୁ ବିଦ୍ୟା ଭବନ ପରିସରରେ ମଣ୍ଡଳ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ୨୦୧୯ ଉଦଯ।।ପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଧାୟିକା ସୁନନ୍ଦା ଦାସ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବ୍ଲକ ଶିକ୍ଷାଧିକାରୀ ଅଭୟ କୁମାର ବେହେରାଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ଛାତ୍ରୀଛାତ୍ରମାନଙ୍କର ଜ୍ଞାନ କୈାଶଳର ବିକାଶ ପାଇଁ ବିଜ୍ଞାନ ପ୍ରଦର୍ଶନୀ କରାଯାଉଛି ବୋଲି ଅତିଥି ମାନେ କହିଥିଲେ । ଏଥିରେ ବରୀ ଅଂଚଳର ଛାତ୍ରୀଛାତ୍ରମାନେ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରି ନିଜର ଜ୍ଞାନ କୈାଶଳକୁ ପ୍ରଦର୍ଶନ କରୁଥିବାରୁ ବିଧାୟିକା ଦାସ ଛାତ୍ରୀଛାତ୍ରମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ । ଏହି ପ୍ରଦର୍ଶନି ଉତ୍ସବରେ ବ୍ଲକ ଅଂଚଳରୁ ମୋଟ ୫୭ ଟି ବିଦ୍ୟାଳୟରୁ ୭୪ ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ଏଥିରେ ପରିବେଶ ,ଗଣିତ ଓ ବିଜ୍ଞାନ ଉପରେ ବିଭିନ୍ନ ପ୍ରଳ୍ପପ ପ୍ରଦର୍ଶନୀ କରାଯାଇଥିଲା ବେଳେ ଜର୍ଜମାନେ ଏ ସବୁକୁ ପରିଦର୍ଶନ କରି କୃତି ପ୍ରତିଭା ମାନଙ୍କୁ ଚୟନ କରିଥିଲେ । କନିଷ୍ଠ ବିଭାଗରେ ୧ମ ସ୍ଥାନରେ ସୈାମ୍ୟ ରଂଜନ ସିଂ( ବିଧାନଚନ୍ଦ୍ର ଏକାଡେମୀ ବାଲିଆପାଳ), ୨ୟ ସ୍ଥାନରେ ଜିଜ୍ଞାସା ଦାସ( ନବୀନଚନ୍ଦ୍ର ବିଦ୍ୟାପୀଠ ନାଥପୁର),୩ୟ ସ୍ଥାନରେ ସ୍ମୃତି ରଂଜନ ପଣ୍ଡା (ଅରଙ୍ଗାବାଦ୍ ଉଚ୍ଚ ବିଦ୍ୟାଳୟ) । ବରିଷ୍ଠ ବର୍ଗରେ ୧ମ ସ୍ଥାନ ବିଶ୍ୱଶ୍ରୀ ଦ୍ୱିବେଦୀ( ଅରଙ୍ଗାବାଦ୍ ଉଚ୍ଚ ବିଦ୍ୟାଳୟ. ୨ୟ ସ୍ଥାନରେ ଦିପ୍ତୀମୟୀ ଜେନା( ସାମନ୍ତ ସିଂହାର ଉଚ୍ଚ ବିଦ୍ୟାଳୟ ଅଭିମନ୍ୟୁ ବାଲିଆ), ୩ୟ ସ୍ଥାନରେ ସୃଜଳ ଦାସ ଓ ଜୟପ୍ରକାଶ ଦାସ ( କୃପାସିନ୍ଧୁ ବିଦ୍ୟା ଭବନ ବରୀ) ସ୍ଥାନ ଅଧିକାର କରିଥିବା ଜଣାପଡିଛି । ଏହି କୃତୀ ପ୍ରତିଭା ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଏହି ବିଜ୍ଞାନ ପ୍ରଦର୍ଶନୀକୁ କୁକୁମିନା ମହାନ୍ତି, ଦୁର୍ଯ୍ୟୋଧନ ପଢିଆରି,ଜୟନ୍ତ ବିଶ୍ୱାଳ ପ୍ରମୁଖ ଜର୍ଜ ଭାବରେ ଉପସ୍ଥିତ ରହି ପ୍ରତିଭା ଚୟନ କରିଥିଲେ । ପ୍ରଦର୍ଶନୀ ପରିଚାଳନାରେ ବରୀ ବ୍ଲକ ବିଜ୍ଞାନ ଶିକ୍ଷକ ସଂଘର ସମ୍ପାଦକ ବ୍ରଜମୋହନ ସାହୁ, ସଭାପତିଜ୍ୟୋତି ରଂଜନ ସାହୁ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ । ଅବସର ନେଇଥିବା ଏବିଓ ବାଙ୍କ ବିହାରୀ ପଣ୍ଡା ,କପିଳ ଚରଣ ସାମଲ ଉପସ୍ଥିତ ରହି ସହଯୋଗ କରିଥିଲାବେଳେ କୃପାସିନ୍ଧୁ ବିଦ୍ୟାଭବନର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ସହ ଯୋଗରେ ସାମିଲ ହୋଇଥିଲେ ।
ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ
ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ