ଗୋପବନ୍ଧୁ ହାଇସ୍କୁଲରେ ବିଜ୍ଞାନ ମେଳା
ବେଗୁନିଆ--- ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ କୈଳାସ ଚନ୍ଦ୍ର ମାଣ୍ଡୋଇଙ୍କ ନେତ୍ୃତ୍ୱରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ୩୨ ଗୋଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ବିଚାରକ ଭାବରେ ବରିଷ୍ଠ ବିଜ୍ଞାନ ଶିକ୍ଷକ ଗଣେଶ୍ୱର ମିଶ୍ର ଓ ପ୍ରାଣୀ ବିଜ୍ଞାନ ଅଧ୍ୟାପକ ସୁଧାଂଶୁଶେଖର ପରିଡା ଯୋଗ ଦେଇଥିଲେ । ପୁରସ୍କାର ବିତରଣ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଞନ ପାଇକରାୟଙ୍କ ପୌରୋହିତ୍ୟ କରିଥିଲେ । ବେଗୁନିଆ ମହାବିଦ୍ୟାଳୟର ଅଧ୍ୟକ୍ଷ କେଳାସ ଚନ୍ଦ୍ର ମିଶ୍ର,ପରିଚାଳନା କମିଟି ସଭାପତି ବିଶ୍ୱନାଥ ସୁନ୍ଦରାୟ ଓ ସମାଜସେବୀ ଦେବାଶିଷ ସାହୁ ପ୍ରମୁଖ ଅତିଥିଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା