ଉତ୍କଳମଣି ସ୍କୃତି ମହାବିଦ୍ୟାଳୟରେ ୭୦ ତମ ସମ୍ବିଧାନ ଦିବସ ପାଳିତ
ସାକ୍ଷୀଗୋପାଳ -----ସାକ୍ଷୀଗୋପାଳ ଉତ୍କଳମଣି ସ୍କୃତି ମହାବିଦ୍ୟାଳୟର ସଭାଗୃହ ପରିସରରେ ମଙ୍ଗଳବାର ୭୦ ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ନିହାର ରଞ୍ଜନ ଦାସ ଅନୁଷ୍ଠିତ ଆଲେଚନା ଚକ୍ରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ରାଜନୀତି ବିଜ୍ଞାନର ଅଧ୍ୟାପକ ଡା ରତିକାନ୍ତ ପରିଡା, ଅଧ୍ୟାପକ ଳତ୍ନାକର ସାହୁ ଓ ମହାବିଦ୍ୟାଳୟରଜାତୀୟ ସେବା ଯୋଜନାର ସଂଯୋଜକ ଅଧ୍ୟାପକ ମନୋଜ କୁମାର ପରିଡା ଯୋଗଦେଇ ଭୀମରାଓ ଆମ୍ବେଦକରଙ୍କ ଜୀବନୀ ସମ୍ପର୍କରେ ସ୍ୃୁତିଚାରଣ କରିବା ସହ ରାଜନୀତି ବିଜ୍ଞାନ ବିସୟରେ ଅନେକ ମୁଲ୍ୟବାନ ତଥ୍ୟ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ । ନେହେରୁ ଯୁବକେନ୍ଦ୍ର ପୁରୀ, ଜାତୀୟ ସେବା ଯୋଜନା ଓ କ୍ଳବ ସତ୍ୟବାଦୀର ମିଳିତ ସହଯୋଗରେ ବ୍ଳକ ସତ୍ୟବାଦୀର ସମ୍ପାଦକ ଆଲୋକ ଖୁଣ୍ଠିଆ ସଂଯୋଜନା କରିଥିଲେ । ତୋଫାନ ବେହେରା, ରୁବିନା ସାହୁ କାର୍ଯ୍ୟକମ ପରିଚାଳନାରେ ସହଯୋଗ କରିଥିଲେ । ନେହେରୁ ଯୁବ କେନ୍ଦ୍ରର ସଂଯୋଜିକା ଝରଣା ମହାଣା ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି